ସାନଫ୍ରାନସିସକୋ : କରୋନା ମହାମାରୀ ପ୍ରଭାବରୁ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନିମାନଙ୍କ ଅବସ୍ଥା ଖରାପ ହୋଇଯାଇଛି। ଏହା ଫଳରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କଲେଣି। ଆମେରିକୀୟ ଟେକ୍ନୋଲୋଜି କମ୍ପାନି ଆଇବିଏମ ସାରାବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ଘୋଷଣା କରିଛି। ବର୍ତ୍ତମାନର ପରିସ୍ଥିତି ଓ କମ୍ପାନିର ଦୀର୍ଘ ମିଆଦୀ ସ୍ୱାର୍ଥକୁ ଦ୍‌ଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନି ପକ୍ଷରୁ […]

ନୂଆଦିଲ୍ଲୀ: ମେ ୨୧ରେ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଶନିବାର ଦିନ ନିଜର ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନଥିବା ଜଣା ପଡିଛି। ଯାତ୍ରୀମାନେ ଟ୍ୱିଟରରେ ଏହାର ଭିଡିଓ ସେୟାର କରିବା ପରେ ଟ୍ରେନରେ ବସିଥିବା ଲୋକଙ୍କ ଅସୁବିଧା ସାମ୍ନାକୁ ଆସିଛି। ଟ୍ରେନକୁ ଗୋରଖପୁରରେ ପହଞ୍ଚିବାକୁ ଥିବା ବେଳେ ଭୁଲବଶତଃ ଟ୍ରେନ ରାଉରକେଲାରେ ପହଞ୍ଚିବା ପରେ ଭାରତୀୟ ରେଳବାଇ ସମାଲୋଚନାର ଶିକାର ହୋଇଛି। ଦିଲ୍ଲୀର ରେଳ […]

ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ପୁନର୍ବିଚାର କରି ଲକ୍‌ଡାଉନ୍ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା କଥା ଚିନ୍ତା କରିବା ଆବଶ୍ୟକ। ଆଜି ମଧ୍ୟାହ୍ନରେ ରାହୁଳ ଇଲେକ୍ଟ୍ରୋନିକ୍ ରିଜିଓନାଲ୍ ନିଉଜ୍ ମି‌ଡିଆମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଏ କଥା କହିଛନ୍ତି। ରାହୁଳ ଗାନ୍ଧୀ କହିଲେ, ଉପବାସରେ ଚାଲି […]

ଭୁବନେଶ୍ୱର: ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁନଥିବାରୁ, ବିଏମ୍‌ସିର ଏସ୍‌ଓପି ମାନୁନଥିବାରୁ ବିଏମ୍‌ସି ମଙ୍ଗଳବାର ବାପୁଜୀନଗରରେ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କ‌ାଳ ପାଇଁ ସିଲ୍‌ କରିଥିଲା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲି ପାରିବ ବୋଲି ନିୟମ କରିଥିଲା। ହେଲେ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ବିଏମ୍‌ସିକୁ ଅନୁରୋଧ କରିବାରୁ ଆଜି ବିଏମ୍‌ସି କର୍ତ୍ତୃପକ୍ଷ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ବାପୁଜୀନଗର ଚାମ୍ବର […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଛି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, କୌଣସି ଲୋକ ଓ ଦୋକାନୀ ଉଭୟ କେହି ସାମାଜିକ ଦୂରତ୍ୱ ଉଲଂଘନ କରୁଥିବା ଦେଖାଯାଇଥିଲା।ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ଯଦି ଏପରି ଭାବରେ ପାଳନ ନ କରାଯିବ ତେବେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଏପରି ପଦକ୍ଷେପ ନେବା ଜରୁରୀ […]

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆଂଶିକ ଭାବେ ଯାତ୍ରୀବାହୀ ରେଳସେବା ଆରମ୍ଭ ହେଉଥିବାବେଳେ ଆଜି ଅପରାହ୍ନ ୪ଟାରୁ ଆଇଆରସିଟିସି ପୋର୍ଟାଲରେ ବୁକିଂ ଆରମ୍ଭ ହୋଇଛି। ତେବେ ବୁକିଂ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରବଳ ଟ୍ରାଫିକ ଯୋଗୁଁ ଆଇଆରସିଟିସି ପୋର୍ଟାଲଟି ଅଚଳ ହୋଇଯାଇଥିଲା। ଯାତ୍ରୀମାନେ ତାହାକୁ ବୁକିଂ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି […]

ଭୁବନେଶ୍ୱର : ଲକ୍‌ଡାଉନ୍‌ ଅବଧି ୨ସପ୍ତାହ ବଢ଼ିଛି। ତେବେ ଏହି ଅବଧି ମଧ୍ୟରେ ସମସ୍ତ ବାଇକ୍‌ କିମ୍ବା ଅନ୍ୟ ଗାଡ଼ି ଚଳାଚଳକୁ ସ୍ୱୀକୃତି ଦେବା ପାଇଁ ସ୍ଥିର କରିଛି କମିସନରେଟ୍‌ ପୁଲିସ। ଏହି ଗାଡ଼ିଗୁଡ଼ିକ ଜିଲ୍ଲାରୁ ଜିଲ୍ଲାକୁ ମଧ୍ୟ ଯା’ ଆସ କରିପାରିବ। ଅନେକ ଅଭିଯୋଗ ଆସିଛି କି ପରିବାର ଗୋଟିଏ ଜିଲ୍ଲାରେ ରହିଥିବା ବେଳେ ପରିବାର ମୁଖିଆ ଅନ୍ୟ ଜିଲ୍ଲା‌‌‌‌‌ରେ ରହିଛନ୍ତି। ଏଣୁ ଏବେ ପରିବାର ଏକାଠି କରିବା […]

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣର ମୂଳୋତ୍ପାଟନ ନିମନ୍ତେ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି। କୋଭିଡ୍-୧୯ ମୁକାବି‌ଲାରେ ଭାରତକୁ ସାହାଯ୍ୟ କରିବାକୁ ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫.୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ […]

ଭୁବନେଶ୍ୱର : ପ୍ରାୟ ୪୦ଦିନର ଲକ୍‌ଡାଉନ୍‌ରେ ଥିବା ରାଜଧାନୀ ପୁଣି ଚଳଚଞ୍ଚଳ ହେବ। ବିଏମ୍‌ସି ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ, କାର୍ଯ୍ୟାଳୟ ଖୋଲିବା ସହ ନିର୍ମାଣ କାମକୁ ଅନୁମତି ଦେଇଛି। ୨୮ତାରିଖ ସଂଧ୍ୟାରେ ବିଏମ୍‌ସି ବିଭିନ୍ନ ଦୋକାନ, କାର୍ଯ୍ୟାଳୟ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିବା ପରେ ଏଥିରେ କିଛି ଦୋକାନ ଖୋଲିବା ନେଇ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥିଲା। ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ହେବାରୁ ବିଏମ୍‌ସି ପକ୍ଷରୁ ଆଜି […]

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ୧୦ଦିନ ହେଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଏହା ଏବେ ବି ରେଡ୍‌ ଜୋନ୍‌ରେ ଅଛି। ତେଣୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନ୍‌ରୁ ବାଦ୍‌ ଦେବା ପରେ ହିଁ ଏଠାରେ ଦୋକାନ ଖୋଲିବା ନେଇ ନିୟମ କୋହଳ ହେବ। ତା’ ପୂର୍ବରୁ କିଛି ନିଷ୍ପତ୍ତି ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି […]

Social media & sharing icons powered by UltimatelySocial