ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି (ଗୁରୁବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ […]

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରୁ ଏଏସ୍‌ଆଇ ୪ଟି ବଡ଼ବଡ଼ ଗଛ କାଟି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଣି ଏହି ଗଛ କାଟିବାକୁ ବନ ବିଭାଗ ଅନୁମତି ଦେଇଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଶୁକଶାରି ମନ୍ଦିର ଖନନ କାର୍ଯ୍ୟ ଜାରି ରହିଛି। ମାଟି ତଳେ ପୋତି ହୋଇ ରହିଥିବା କୀର୍ତ୍ତରାଜିର ପୁନରୁଦ୍ଧାର ପାଇଁ ଖନନ ଚାଲିଛି। ତେଣୁ ଉକ୍ତ ଅଞ୍ଚଳକୁ ସାଧାରଣ […]

ଦୁର୍ଗାଙ୍କ ସୁମରଣା ଢାଳିଲା ଭକ୍ତିରସ, ସମ୍ମାନିତ ହେଲେ ୪ ଶିଳ୍ପୀ ଭୁବନେଶ୍ୱର: ନୃତ୍ୟରେ ହେଉଥିଲା ଦୁର୍ଗାଙ୍କ ଆରଧନା। ନୃତ୍ୟଶିଳ୍ପୀ ସୁପ୍ରଭା ସାହୁ ମଙ୍ଗଳାଚରଣରେ ପରିବେଷଣ କରିଥିଲେ ‘ନବଦୁର୍ଗା ନୃତ୍ୟ’। ଯାହା ଭକ୍ତିରସରେ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦିଗୁରୁ ପଙ୍କଜ ଚରଣ ଦାସ ଏହାର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ […]

ରାତି ୧୦ଟାରେ ଉଠିବ ମହାଦୀପ, ମହାଦୀପ ନେବେ ୫ ସମର୍ଥା ପୁରୁଣା ଭୁବନେଶ୍ୱର : ଆଜି ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଝଂକୃତ ହେଉଛି ଏକାମ୍ରକ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମନ୍ଦିରମାଳିନୀ ଭୁବନେଶ୍ବରର ବିଭିନ୍ନ ଶୈବପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସ୍ଥିର ହୋଇଥିବାବେଳେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ […]

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଥିବା ମହାବିନାୟକ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମହାଶିବରାତ୍ରୀ ପାଇଁ ଏହି ପୀଠରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କରୋନା କଟକଣା ପାଇଁ ଏଠାରେ ଭକ୍ତଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର […]

ଭୁବନେଶ୍ୱର: ଆଗାମୀ ୧୧ ତାରିଖରେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି। ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ପୁଲିସ ପ୍ରଶାସନ ବୈଠକ କରିଛି। ଏଥିରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି। ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି। […]

ଫଟୋ ଇଠାଇବାକୁ ବାରଣ କଲେ ପୁରୁଣା ଭୁବନେଶ୍ୱର: ଖନନ କାମ ଚାଲିଥିବାବେଳେ ଶୁକଶାରି ମନ୍ଦିର ଚଟାଣରୁ ମିଳିଥିବା ଡ୍ରେନ୍‌କୁ ନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ଅକଳରେ ପଡ଼ିଛନ୍ତି। ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାରେ ଅବହେଳା ହୋଇଥିବା କାରଣରୁ ଡ୍ରେନ୍‌ ନିର୍ମାଣ ହୋଇଥିଲା ବୋଲି ଜଣାପଡ଼ିବା ପରେ ଏଏସ୍‌ଆଇ ଦୋଷ ଲୁଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ତେଣୁ ଖନନ ଚାଲିଥିବା ସ୍ଥାନକୁ ବାହାର ଲୋକଙ୍କୁ ଛଡ଼ା ଯାଉନାହିଁ କି କାହାକୁ ଫଟୋ ଉଠାଇବାକୁ ଦିଆଯାଉନାହିଁ। […]

ଖଣ୍ଡଗିରି : ଖଣ୍ଡଗିରି ମାଘମେଳାକୁ ଆସିଥିବା ଡାକ୍ତର ବାବା ଭାବେ ପରିଚିତ ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀଙ୍କ ନିକଟରେ ଭକ୍ତ ଓ ରୋଗୀମାନେ ପ୍ରବଳ ଭିଡ଼ ଜମାଇବାରୁ ଏହା ଉପରେ ବିଏମସି ଆଜି କଟକଣା ଲଗାଇଛି। ବାବାଙ୍କ ନିକଟରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଦକ୍ଷିଣ ପଶ୍ଚିମ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀଙ୍କ ନେତୃତ୍ବରେ ବିଏମ୍‌ସିର ଏକ ଏନ‌ଫୋର୍ସମେଣ୍ଟ ଟିମ୍‌ ଭିଡ଼ […]

ଯୋରନ୍ଦା/ ମହିମାଗାଦି : ବିଶ୍ବପ୍ରସିଦ୍ଧ ମହିମାଧର୍ମର ପୁଣ୍ୟପୀଠ ମହିମାଗାଦିରେ ଗୁରୁବାର ଦିନ ୧୪୮ତମ ମହିମା ମେଳା ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଅନୁଷ୍ଠିତ ହେବ। ଗୁରୁବାର ମହିମାଗାଦିର ମୁଖ୍ୟ ମନ୍ଦିର ଗାଦି ମନ୍ଦିରର ପଶ୍ଚିମଦ୍ବାରରେ ସନ୍ଧ୍ୟା ୫ଟା ୪୫ ମିନିଟରେ ବସୁଦେବ ବାବାଙ୍କ ଦ୍ବାରା ପ୍ରଥମେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା। ଏହାପରେ ପୂର୍ବ, ଉତ୍ତର ଓ ଦକ୍ଷିଣ ଦ୍ବାରରେ ଅଗ୍ନି ସଂଯୋଗ ହୋଇଥିଲା। କୋଭିଡ୍ କଟକଣା […]

ସିଦ୍ଧି ପାଇଁ ବହୁରାଷ୍ଟ୍ରୀୟ କମ୍ପାନିର ବଡ଼ ଚାକିରି ବି ଛାଡ଼ିଛନ୍ତି ଖଣ୍ଡଗିରି : ବିଜ୍ଞାନରେ ସ୍ନାତକ ସହିତ ଆର୍ୟୁବେଦରେ ଏମ୍‌ଡି। ମଧ୍ୟପ୍ରଦେଶ ସ୍ଥିତ ଏକ ଗାଁର ଜମିଦାର ପରିବାରର ପୁଅ। ଯୌବନବେଳେ ନିଜ ଗୁଣ୍ଡା ପ୍ରକୃତି ଯୋଗୁଁ ପରିବାରକୁ ଦିନେ ଅଥୟ କରିଦେଇଥିବା ବ୍ୟକ୍ତି ମୋକ୍ଷ ସନ୍ଧାନରେ ନାଗା ସାଧୁ ପାଲଟି ଯାଇଇଛନ୍ତି। ସେ ହେଲେ ମହନ୍ତ ମୋହନଗିରିର ନାଗା ସନ୍ନ୍ୟାସୀ(୭୦)। ଏମ୍‌ବିଏ ପାଠ ପଢ଼ି ହାଇଦ୍ରାବାଦସ୍ଥିତ ବହୁରାଷ୍ଟ୍ରୀୟ କମ୍ପାନିରେ […]

Social media & sharing icons powered by UltimatelySocial