ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯିବାକୁ ମନା କରିଥିବା ବେଳେ ଅଧାବାଟରେ ଓହ୍ଲାଇ ଦେଇଥିଲା କାର। ଫଳରେ ପରିବାରର ସମ୍ପର୍କୀୟମାନେ ଖଟିଆରେ ବୋହି ନେଲେ ରୋଗୀକୁ। ଦୀର୍ଘ ଦେଢ଼ କିମି ରାସ୍ତାରେ ଯିବା ପାଇଁ ହାତରେ ମୋବାଇଲ ଲାଇଟ୍ ଥିଲା ଭରସା। ରାସ୍ତାରେ ବଡ଼ବଡ଼ ଖାଲ ସାଙ୍ଗକୁ ବିପଦପୂର୍ଣ୍ଣ ଅବସ୍ଥା। […]

ବାରଙ୍ଗ : ବେପରୱା ଭାବେ ଯେଉଁଠି ନାହିଁ ସେଠି ସେଲ୍‌ଫି ନେବା କେତେ ଯେ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ, ତାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି କଟକରେ। କାଠଯୋଡ଼ିରେ ଭାସି ଯାଉଯାଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା’ ଓ ଝିଅ। ପ୍ରଥମେ ଦୁହେଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ନେଇ ପ୍ରଚାର ହୋଇଥିଲା। ମହିଳା ହେଉଛନ୍ତି, ଅଞ୍ଜଳି ମହାନ୍ତି। ସେ ଭୁବନେଶ୍ବରର ଭିଏସ୍‌ଏସ୍‌ ନଗରରେ ରହୁଥିବା ବେ‌ଳେ […]

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ସାତଭାୟା ପ୍ରବେଶ ପଥରେ ରହିଛି ବାଉଁଶଗଡ଼ି ନଈ। ନଈଟି କମ୍‌ ଓସାରର ସିନା ପାଣି ଭିତରେ କୁମ୍ଭୀର ହାଉଯାଉ। ସେହି ନଈରେ ଆଜି ଜଣେ ମଇଁଷିଆଳଙ୍କୁ କୁମ୍ଭୀର ଟାଣି ନେଇଛି। ସେ ମଇଁଷି ଲାଞ୍ଜ ଧରି ନଦୀ ପାର୍‌ ହେଉଥିବାବେଳେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ, ସାତଭାୟା ଗାଁର ରଂଜନ ମହାନ୍ତି (୪୦ବର୍ଷ)। ୫ ଘଣ୍ଟା ପରେ ରଂଜନଙ୍କୁ ଉଦ୍ଧାର କରାଯାଇଥିବାବେଳେ […]

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼-କଳ୍ପନା ଟକିଜ୍ ରାସ୍ତାରେ ଶ୍ରୀ‌ଦେବୀ ଛକ ମଝିରେ ଠିଆ ହୋଇଛି ଏକ ବିଦ୍ୟୁତ୍ ଖମ୍ବ। ଭୟଙ୍କର ଭାବେ ଛକ ମଝିରେ ଥିବା ଏହି ବିଦ୍ୟୁତ୍ ଖମ୍ବଟି ବହୁ ଦୁର୍ଘଟଣାର କାରଣ ପାଲଟିଛି। ରାତି ହେଲେ ଏହି ଖମ୍ବ ପାଇଁ ଅଧିକ ବିପଜ୍ଜନକ ହୋଇ ପଡ଼ୁଛି ଶ୍ରୀଦେବୀ ଛକ। କିନ୍ତୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବି ଖମ୍ବକୁ ସ୍ଥାନାନ୍ତର କରାଯାଉନାହିଁ। ଫଳରେ ସ୍ଥାନୀୟ […]

କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କେବଳ […]

ସାନଖେମୁଣ୍ଡି :ବେଆଇନ ପଥର ଖାଦାନରେ ବେଆଇନ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ହାଇଲେ ସିନ୍ଦୁରପୁର ଗ୍ରାମବାସୀ। ଦୀର୍ଘ ୩ ଘଣ୍ଟା ଧରି ଏନ ଏଚ ୩୨୬ର ପୋଡାମାରି-ପଟିଗୁଡା ଗାଁ ଛକଠାରେ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ।ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା।ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପଟିଗୁଡା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି।ଏହି କମ୍ପାନୀ କର୍ତ୍ତୃପକ୍ଷ ନିକଟସ୍ଥ […]

ଆଜି ସନ୍ଧ୍ୟାରେ ବିଧାୟକ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି […]

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ […]

ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ, ଅଭି‌ଯୋଗକୁ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର : କରୋନା ବ୍ୟାପୁଥିବାରୁ ସର୍ବସାଧାରଣଙ୍କ ସୁରକ୍ଷା ନିମନ୍ତେ ବିଏମ୍‌ସି ପକ୍ଷରୁ ରାଜଧାନୀରେ ବିକ୍ଷୋଭ, ଧାରଣା ପ୍ରଦର୍ଶନ ଉପରେ ରୋକ୍‌ ଲଗାଯାଇଛି। ଏଣିକି କୌଣସି ସଂଗଠନ, ରାଜନୈତିକ ଦଳ, ଏକାଧିକ ଲୋକ ବିକ୍ଷୋଭ କି ଧାରଣା କରିପାରିବେନି। ଯଦି କେହି କରୁଥିବାର ଦେଖାଯାଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଅଞ୍ଚଳରେ ବିକ୍ଷୋଭ/ଧାରଣା ହେଉଥିବ […]

କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା […]

Social media & sharing icons powered by UltimatelySocial