କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି […]
ମନୋରଞ୍ଜନ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍ରେ ରହୁଥିବା ଏକମାତ୍ର ବିରଳ ମାଛ ଆଲିଗେଟର ଗାର୍କୁ ଏବେ ତା’ କାଚଘରେ ଜାଗା ହେଉନାହିଁ। ଛୋଟ କାଚଘରେ ତାକୁ ଚଳପ୍ରଚଳ ହେବା ପାଇଁ ଉପଯୁକ୍ତ ପରିମାଣର ଜାଗା ମିଳୁନାହିଁ। ୬ ବର୍ଷ ପୂର୍ବେ ତାକୁ ଯେଉଁ କାଚଘରେ ରଖାଯାଇଥିଲା, ଏବେ ବି ସେଇଠି ରହିଛି। ୬ ବର୍ଷ ଭିତରେ ମାଛଟି ବେଶ୍ ବଢ଼ିଯାଇଥିବାରୁ ସେଦିନର କାଚଘର ଏବେ ତା’ପାଇଁ ଛୋଟ ହେଉଛି। ୨୦୧୬ […]
ଭୁବନେଶ୍ୱର: ରାଜ୍ୟ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖ ଖବର। ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି। ଓଡ଼ିଆ ସିନେମା ଜଗତରେ ଅନେକ ମନଛୁଆଁ ସଙ୍ଗୀତ ସୃଷ୍ଟି କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଦେଇଥିବା ବିନୋଦିନୀ କଟକ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ମୃତ୍ୟୁ ବେଳକୁ ବିନୋଦିନୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ବିନୋଦିନୀ ଜନ୍ମଗ୍ରହଣ […]
ଖଣ୍ଡଗିରି: ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବରଫ ଦୁନିଆ, ଭୂତ ବଙ୍ଗଳା, ମଲ୍, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ! ସତ ନୁହେଁ, ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସେଟ୍ ବା ପୃଷ୍ଠଭୂମି। ତେଣୁ ନିର୍ମାତାମାନେ ଆଉ ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି କି ଖର୍ଚ୍ଚାନ୍ତ ହେବେନି। ଭୁବନେଶ୍ବରରେ ହିଁ ଗୋଟିଏ ସ୍ଥାନରେ ଏସବୁ ସହିତ ଫିଲ୍ମ ସୁଟିଂ […]
ମୁମ୍ବାଇ: ‘ପୁଷ୍ପା: ଦ ରାଇଜ୍’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ସୋମବାର ସେ ଅପେକ୍ଷାର ଅନ୍ତ ଘଟାଇଥିଲେ ନିର୍ମାତା। ଇନଷ୍ଟାରେ ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲା। ଫିଲ୍ମଟି ଅଗଷ୍ଟ ୧୫, ୨୦୨୪ରେ ରିଲିଜ୍ ହେବ ବୋଲି ପୋଷ୍ଟରେ ଦେଖିବାକୁ ମିଳିଥିଲା।ଏବେ ରିଲିଜ୍ […]
ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଭୋଜପୁରୀ ଇଣ୍ଡଷ୍ଟ୍ରିରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରିୟାନ୍ସୁ ସିଂ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପ୍ରିୟାନ୍ସୁ କହିଛନ୍ତି ଯେ ପୁନୀତ ବିବାହ କରିବି ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ବିବାହ […]
ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ […]
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ […]
ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ ହୋଇଛି। ସୀମା ୮୧ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୀମାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସିନେମାଜଗତ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକଟି କଳାକାର ଶୋକବ୍ୟକ୍ତ କରିଛନ୍ତି। ସୀମା ଦେଓ ସଫଳ ସିନେମା ‘ଆନନ୍ଦ’ରେ ଅମିତାଭ ବଚ୍ଚନଙ୍କ ଭାଉଜ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିଲେ। ୧୯୬୦ ମସିହାରେ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଏକ ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି। ଏଣ୍ଡୁଅଟି ଅଧିକାଂଶ ସମୟ ସବୁଜ ରଙ୍ଗର ଦିଶୁଥିବା ବେଳେ କିଛି ସମୟ ବ୍ୟବଧାନରେ ଏହା ହଳଦିଆ ଏବଂ ଧୂଷର ରଙ୍ଗର ବି ଦେଖାଯାଉଛି। ଏହି ବହୁରୂପୀ ଏଣ୍ଡୁଅଟି ଉଦ୍ଧାର ହେବା ପରେ ଏହାକୁ ପାଇଥିବା ମହିଳାଙ୍କ ଘରେ ଏବେ ଲୋକ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ […]