ଭୁବନେଶ୍ୱର: ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କିଶୋର ରାଜ୍ୟବାସୀଙ୍କ ପାଇଁ ଐତିହାସିକ କ୍ଷଣ ସୃଷ୍ଟି କରିଛନ୍ତି। ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ପ୍ରକାରର ସହାୟତା ଦେବେ […]
କ୍ରୀଡା
ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ଏସୀୟ କ୍ରୀଡ଼ାରେ ୩୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବିନାଶ ସାବଲେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି। ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ୱ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ତେଜିନ୍ଦରପାଲ୍ ସିଂ ସଟପୁଟରେ ସ୍ୱର୍ଣ୍ଣ ଜିତିଛନ୍ତି। ସେ […]
ହାଙ୍ଗ୍ଚୌ: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ରେ ସିଫ୍ଟ କୌର ସିମ୍ରା ଓ ଆଶି ଚୌକ୍ସି ଯଥାକ୍ରମେ ସ୍ଵର୍ଣ୍ଣ ଓ କାଂସ୍ୟ ପଦକ ବିଜୟ ହୋଇଛନ୍ତି। ଏହଛଡ଼ା, ଏହି ଟୁର୍ଣ୍ଣାମେଣ୍ଟ୍ର ଇତିହାସରେ ଉପରୋକ୍ତ ରାଇଫଲ୍ ଚାଳନାରେ ପ୍ରଥମ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇ ଭାରତ ରେକର୍ଡ ସୃଷ୍ଟି କରିଛି। ସିମ୍ରା ୪୬୯.୬ ପଏଣ୍ଟ୍ ହାସଲ କରି ବିଶ୍ୱ ରେକର୍ଡ ଭାଙ୍ଗି […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଆମ ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ୱର୍ଣ୍ଣ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ […]
ଇନ୍ଦୋର: ଭାରତୀୟ ଯୁବ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ବିସ୍ପୋରକ ବ୍ୟାଟିଂ କରିଛନ୍ତି। ଉଦୀୟମାନ ବ୍ୟାଟର ଶୁବମନ୍ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ର ଭାଗିଦାରୀ ହୋଇ ପାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। […]
ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ୧୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେ ବାରଣାସୀରେ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହା ସହିତ ୧୬ଟି ଅଟଳ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ବାରଣାସୀର ଗଞ୍ଜାରୀ ରଜତାଲାବଠାରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ […]
ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ୨୦୨୩ ପାଇଁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଜର୍ସି ସାମନାକୁ ଆସିଛି। ଭାରତୀୟ ଜର୍ସିର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଖେଳାଳି ଭାରତର ଜର୍ସିରେ ନଜର ଆସିଛନ୍ତି। ଜର୍ସିର ଭାଇରାଲ ଫଟୋରେ ଦେଖାଯାଉଛି ଯେ, ଜର୍ସି ରଂଙ୍ଗ ଗାଢ ନୀଳ ରହିଛି। ଉପର ଡାହାଣ ପାର୍ଶ୍ୱରେ ଜେଡବ୍ଲୁଏସ ପ୍ରାୟୋଜକ ଲେଖାଯାଇଛି। ସେହିପରି ମଝିରେ […]
କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଶ୍ରୀଲଙ୍କା ଦ୍ୱାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ। ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ। ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ। ଘାତକ ବୋଲିଂ କରି […]
ସିରାଜ, ପାଣ୍ଡ୍ୟା ଓ ବୁମରାଙ୍କ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି। ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି। […]
ଭୁବନେଶ୍ୱର: ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି। ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏ ଏସିଆନ ଗେମ୍ସ ଅନୁଷ୍ଠିତ ହେବ ବୋଲି ସୂଚନା […]