ବିପଦ ସଙ୍କେତ ତଳେ ପାଣି, ଦୟା ଓ ଧନୁଆକୁ ପଶିଲା ବନ୍ୟାଜଳ, ଆଜି ଆହୁରି ବଢ଼ିବ ବାଲିଅନ୍ତା/ବାଲିପାଟଣା : ଲଗାଣ ବର୍ଷା ସାଂଗକୁ ମହାନଦୀର ହୀରାକୁଦରେ ଗେଟ୍‌ ଖୋଲା ହେବା ପରେ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଆଜି ଭୋର୍‌ ସମୟରୁ ଧୀରେ ଧୀରେ ଏହି ତିନି ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏଯାଏ ନଦୀଗୁଡ଼ିକ କୂଳ ଲଂଘି ନଥିଲେ […]

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ଶହରୁ ସାମାନ୍ୟ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୩୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ […]

କାବୁଲ : ତାଲିବାନ ପଞ୍ଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି ଏବଂ ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ବିଦ୍ରୋହୀମାନେ ଏହି ପ୍ରଦେଶର ଶତାଧିକ ସ୍ଥାନରେ ନିଜର ଆଡ଼ା ସୁରକ୍ଷିତ କରିବା ସହ ଦୀର୍ଘକାଳୀନ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଥିବାରୁ ପଞ୍ଜଶୀର ତାଲିବାନ ଦଖଲକୁ ଆସିବା ଏତେ ସହଜ ହେବନାହିଁ ବୋଲି କୁହାଯାଇଛି। ପଞ୍ଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି […]

‘କେଣ୍ଡିଡା ଅରିସ’ର ଚିହ୍ନଟ ପାଇଁ ଡିଭାଇସ ପ୍ରସ୍ତୁତ କରୁଛି ଏମ୍ସ ଭୁବନେଶ୍ବର : ଡାକ୍ତରଖାନା ଆଇସିୟୁରେ ସଂକ୍ରମଣ ନିୟନ୍ତ୍ରଣର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ଆଇସିୟୁରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ରୋଗୀ ବିଭିନ୍ନ ଫଙ୍ଗସ୍‌ ଜନିତ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। କିଛି ଦିନ ହେଲା ‘କେଣ୍ଡିଡା ଅରିସ’ ନାମକ ନୂତନ ପ୍ରକାର ଫଙ୍ଗାଲ ସଂକ୍ରମଣ ହେଉଛି; ଯାହାର ଚିହ୍ନଟ ସହଜ ହେଉନାହିଁ। ଏଥିଯୋଗୁଁ […]

ଧରାପକାଇଲା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାତରେ ତଦନ୍ତ କଟକ/ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଧରାପଡ଼ିଥିବା ୪ ଠିକା କର୍ମଚାରୀ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଲିକ୍‌ କରିଛନ୍ତି! ଘାଟିରେ ଥିବା ଗୋଳାବାରୁଦ […]

ଭୁବନେଶ୍ୱର: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ତାଙ୍କ ପ୍ରେମିକାଙ୍କ ସହ ଭୁବନେଶ୍ୱର ପହଞ୍ଚିଛନ୍ତି। ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ […]

ମିଛ କ୍ରାଇମ୍‌ ସ୍ପଟ୍ ତିଆରି କରିଥିଲା ଚିକୁନ୍‌, ଧରା ପକାଇଦେଲା ଟ୍ରେନ୍ ଟିକେଟ ଭୁବନେଶ୍ବର/ଧଉଳି: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ଅପହରଣ ନାଟକର ପର୍ଦ୍ଦାଫାସ୍ ପରେ ଏହା ପଛରେ ଚଳଚ୍ଚିତ୍ର ଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ଜଣାପଡ଼ିଛି। କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା। ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଉ ବର୍ଷକ […]

ଆଜି ଜେରା ହେବେ ଦୁଇ ୱେବ ସାମ୍ବାଦିକ କଟକ: କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକ ସହ ଫୋନ୍‌ରେ ଯୋଗାଯୋଗ କରିଥିଲେ। ସ୍ବପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦୀପ୍ତି ଓରଫ ଦାମୋଦର ସେଠୀଙ୍କ ଫୋନ୍‌ରେ ସେ କଥାବାର୍ତ୍ତା ହୋଇଥିବା ମଙ୍ଗଳାବାଗ ଥାନା ପୁଲିସ ଜାଣିବା ପରେ ସେମାନଙ୍କୁ ଆସନ୍ତାକାଲି ଥାନାରେ ହାଜର ପାଇଁ ସମନ୍ ଜାରି […]

କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଥିବା ବେଳେ ଆଠଗଡ଼ ବ୍ଲକରେ ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି […]

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍‌ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍‌ ୱାର୍ଡ଼ ଆଉଟ୍‌ଡୋର୍‌ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି। ମହମବତି ଓ ମୋବାଇଲ୍‌ ଲାଇଟ୍‌ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି। ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ […]

Social media & sharing icons powered by UltimatelySocial