ଚେନ୍ନାଇ : ଟଙ୍କା ପାଇଁ ରାକ୍ଷସ ପାଲଟିଲା ମଣିଷ। ଯେଉଁଠି ଲୋକଙ୍କୁ ନୂଆ ଜୀବନ ମିଳେ ବୋଲି କୁହାଯାଏ, ସେଠାରେ ଗୋଟେ ଜୀବନ ଦୀପକୁ ଲିଭାଇ ଦିଆଯିବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର କେଇ ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମିଳିଥିବା ସୂଚନା ମୁତାବକ, ମେ ୨୩ରେ ଚେନ୍ନାଇର ରାଜୀବ […]

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି। ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍‌ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ […]

ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ କଟକଣାକୁ ଆଂଶିକ କୋହଳ କରାଯାଇଛି। କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ଏହି ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ […]

୮ ଜୀବନ୍ତ ଗୋଧି ଉଦ୍ଧାର,ଘଟଣାସ୍ଥଳରେ ଉତ୍ତେଜନା ଭୁବନେଶ୍ବର : ରଜ ଭଳି ପର୍ବରେ ରାଜଧାନୀରେ ବିକ୍ରି ହେଉଥିଲା ଗୋଧି ମାଂସ ଓ ଚମଡ଼ା। ଚୀନ ଓ ଥାଇଲାଣ୍ଡ ଭଳି ସ୍ପଷ୍ଟ ଦିବାଲୋକରେ ଏଭଳି କାରବାର ହେଉଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସକାଳଠୁ ଏହି ବେପାର ଚାଲିଲେ ମଧ୍ୟ ପୁଲିସ କି ବନ ବିଭାଗ କାହାରି ଆଖିରେ ପଡ଼ିଲାନି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ […]

ରାସନ କାର୍ଡ କି ଭତ୍ତା ନାହିଁ,ଦୁର୍ଦ୍ଦିନରେ କର୍କଟ ଆକ୍ରାନ୍ତ ଶଙ୍କର କଟକ: ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦ୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ ମା’ ଜାନକୀ ଓ ସ୍ତ୍ରୀ ସାବିତ୍ରୀ ଜେନା। ଘର ନଥିବାରୁ ୨୦ ବର୍ଷରୁ ଅଧିକ […]

ମୋବାଇଲ୍‌କୁ ଆସୁନି ଓଟିପି, ସିକ୍ୟୁରିଟି କୋଡ୍‌ କଟକ: କରୋନା ସଂକ୍ରମଣ ପାଇଁ ସିଏମ୍‌ସିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଲୋକଙ୍କୁ ଅନ୍‌ଲାଇନ୍‌ରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଆବେଦନରୁ ଆରମ୍ଭ କରି ପ୍ରମାଣପତ୍ର ଗହଣ କରିବାକୁ ନିଗମ ତରଫରୁ କୁହାଯାଇଛି। ମାତ୍ର ସିଏମ୍‌ସିର ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଏବେ ବାଟ ହୁଡିଛି। ଅନ୍‌ଲାଇନ୍‌ ଆବେଦନ, ଟଙ୍କା ପୈଠ, ପ୍ରମାଣପତ୍ର ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲକୁ ଓଟିପି କିମ୍ବା ସିକ୍ୟୁରିଟି କୋଡ୍‌ […]

ଲେହ : ଗଲୱାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି। ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ […]

କୋଲକତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ […]

ସ୍ପଷ୍ଟ କଲା ସରକାରୀ ବିଶେଷଜ୍ଞ କମିଟି ନୂଆଦିଲ୍ଲୀ : ଦେଶରେ କରୋନା ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମନାକୁ ଆସିଛି। ମାର୍ଚ୍ଚ ୧୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତି ଆନାଫିଲେକ୍ସିସ ଯ଼ୋଗୁଁ ମୃତ୍ୟୁବରଣ କରିଥିବା ଏକ ସରକାରୀ ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି। ଡାକ୍ତରି ଭାଷାରେ ଆନାଫିଲେକ୍ସିସର ଅର୍ଥ ହେଉଛି ଗୁରୁତର ଆଲର୍ଜି ଜନିତ ମୃତ୍ୟୁ। ଦେଶରେ କରୋନା ଟିକାକରଣଜନିତ ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ […]

Social media & sharing icons powered by UltimatelySocial