ଭୁବନେଶ୍ୱର: ରାଜଧାନୀର ଗାଡ଼ି ସୋରୁମ ଜଳେଶ୍ୱର ମୋଟର୍ସରେ ଏକ ବଡ଼ ଧରଣର ଜି ଏସ୍ ଟି ରେଡ କରାଯାଉଥିବାର ଖବର ମିଳିଛି। ସେଣ୍ଟ୍ରାଲ ଜିଏସଟି ଏହି ଚଢ଼ାଉ କରୁଥିବା ଜଣାଯାଇଛି। ଜଳେଶ୍ୱର ମୋଟର୍ସର ପୁରୁଣା କାର ସୋରୁମରେ ଏହି ଚଢ଼ାଉ ଚାଲିଛି। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ଆସିବା ପରେ କାଗଜପତ୍ର, ଫାଇଲ ଯାଞ୍ଚ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ଜିଏସଟି ଟିମ୍। ଏଠାରେ ଏକକାଳୀନ […]

ବରପାଲି: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛାଡି ଚାଲିଯାଇଥି‌ଲେ। […]

ଭୁବନେଶ୍ୱର: ଛାତ୍ରୀମାନଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯାତନା। ପ୍ରଫେସର ଜଣକ ରାତିରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଛନ୍ତି। ଛାତ୍ରୀଙ୍କ ରୂପଗୁଣର ପ୍ରଶଂସା କରୁଛନ୍ତି। ଖଣ୍ଡଗିରି ଥାନା ଅଧୀନ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀ ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର […]

କଟକ: ତାଳଦଣ୍ଡା କେନାଲରେ ପାଇଖାନା ମଇଳା ଛାଡି ଏହାକୁ ଦୂଷିତ କରିବା ମହଙ୍ଗା ପଡିଛି। କଟକ ମହାନଗର ନିଗମ (ସିଏମସି) ଏହାକୁ ଗୁରୁତ୍ବର ସହିତ ନେଇଛି। ଆଜି ସିଏମ୍‌ସି ପକ୍ଷରୁ ମଇଳା ପାଣି ଛାଡୁଥିବା ଦୁଇ ସେସ୍‌ ପୁଲ୍ ଗାଡ଼ି ବିରୋଧରେ ୧ଲକ୍ଷ ଟଙ୍କା ଜରିମାନା କରିଛି। ପ୍ରତି ଗାଡି ପିଛା ୫୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। କେବଳ ସେତିକି ନୁହେଁ ଏଭଳି ତ୍ରୁଟି କରିଥିବା ଦୁଇ […]

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ୱେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲମାନେ ଆଗୁଆ […]

ବିନା ଲାଇସେନ୍ସରେ ଖାଦ୍ୟ ବିକ୍ରି, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ଉ ଜାରି ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ହେଉ କିମ୍ବା ଆର୍‌ଏସ୍‌ପି ସହରାଞ୍ଚଳ, ବିଭିନ୍ନ ସ୍ଥାନରେ ଏବେ ଅସଂଖ୍ୟ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ ଗଢ଼ିଲାଣି। ଏହି ଦୋକାନିମାନେ କିନ୍ତୁ ଖାଦ୍ୟ ନିରାପତ୍ତା ଆଇନକୁ ଆଦୌ ପାଳନ କରୁନାହାନ୍ତି। ଏଭଳି ଦୋକାନିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆର୍‌ଏମ୍‌ସି ପକ୍ଷରୁ ଚଢ଼ଉ, ଯାଞ୍ଚ୍‌ ଆରମ୍ଭ ହୋଇଛି। ଗତ ଦୁଇଦିନ ଭିତରେ ନିୟମ ଉଲ୍ଲଂଘନକରି ବ୍ୟବସାୟ […]

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱରର କୋଲାଥିଆରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ର ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ ମୃତ ଯୁବକଙ୍କ ନାମ ରାଜୀବ ଶ୍ରୀ ଚନ୍ଦନ ହୋଇଥିବାବେଳେ ସେ ଜଣେ ସରକାରୀ କର୍ମଚାରୀ ଥିଲେ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରାଜୀବଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ନିଶା ନିବାରଣ କେନ୍ଦ୍ରରେ ଏକ […]

ମୁମ୍ବାଇ: ଏକ ଲିଫ୍‌ଟରେ ଲୁଚକାଳି ଖେଳୁଥିବା ବେଳେ ମୁମ୍ବାଇର ମନ୍‌ଖୁର୍ଡରେ ଜନୈକା ୧୬ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ରେଶମା ଖରାଭି ନାମ୍ନୀ ଏହି ବାଳିକା ଜଣକ ତାଙ୍କ ଜେଜେମା’ଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଝିଅଟି ସେଠାରେ ତା’ ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁଥିଲା। ଖେଳର ଏକ ଅଂଶ ଭାବରେ ନିକଟରେ ଲୁଚି ରହିଥିବା ତାଙ୍କ ସାଙ୍ଗମାନଙ୍କୁ ଖୋଜିବା ପାଇଁ ତା’ର ପାଳି ଥିଲା। […]

ମାଲକାନଗିରି: ମାଲକାନଗିରିର ବିଭିନ୍ନ ସ୍ଥାନରେ ତିନି ତିନୋଟି ବାଇକ ଲଗାତାର ଚୋରି ହୋଇଥିଲା। ଏନେଇ ମାଲକାନଗିରି ପୁଲିସ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ତିନୋଟି ବାଇକକୁ ମଧ୍ୟ ଉଦ୍ଧାର କରିଛି। ଏମଭି-୯ ଗ୍ରାମର ଭୋଳାନାଥ ମଣ୍ଡଳ ନାମକ ଯୁବକ ଏହି ବାଇକଗୁଡିକ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଭୋଳାନାଥକୁ […]

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ମହିଳାଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଉରକେଲା ଏଡିଜେ ୧ କୋର୍ଟ ଆଜି ଦଣ୍ଡବିଧାନ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ଦୁଇ ତାରିଖ ହୋଲିପର୍ବ ଦିନ ରାତି ୮ ଟା […]

Social media & sharing icons powered by UltimatelySocial