ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ […]

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଇଡ଼କୋ(ସିଭିଲ)ର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରାଯାଉଛି। ଆଜି ସକାଳୁ ଶ୍ରୀ ଲେଙ୍କାଙ୍କ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୨ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଅଛନ୍ତି। ମିଳିଥିବା ସୂଚନା ମୁତାବକ […]

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କୁ ମଠର ମହନ୍ତ ପଦ ଛାଡ଼ିବାକୁ ପଡ଼ିପାରେ। ଏଥିପାଇଁ ଚାଙ୍କ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି। ତାଙ୍କୁ ମହନ୍ତ ପଦରୁ ହଟାଇ ଜଣେ ନୂଆ ମହନ୍ତ ନିଯୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଗଲାଣି ବୋଲି ସୂଚନା ମିଳିଛି। […]

ମାଲକାନଗିରି: ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ମହତାକାଂକ୍ଷୀ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନୂଆ ସକାଳ, ନୂଆ ଆରମ୍ଭ ଯୋଜନା ଅନୁଯାୟୀ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏହି ନକ୍ସଲମାନେ ଭେଜି ଥାନା ଅଞ୍ଚଳରେ ସକ୍ରିୟ ରହିଥିଲେ।ତେବେ ଏହି ନକ୍ସଲଙ୍କୁ ଆତ୍ମସମର୍ପଣ […]

ଭୁୁବନେଶ୍ୱର : ‘ମୋତେ ଯେତେ ମାଠିବୁ ମାଠ’ ବାରମ୍ବାର ସମାଲୋଚିତ ହେଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତ ବିଶେଷ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇବାକୁ ପଛାଉ ନାହାନ୍ତି ଯାହା ଫଳରେ ସମାଜ ସେବା ଭଳି ସାମ୍ବାଦିକତା ବୃତ୍ତିରେ କଳଙ୍କ ଲାଗିବା ସହ ଜନ ସାଧାରଣଙ୍କ ଆସ୍ଥା ହରାଇବାରେ ଲାଗିଛ ସାମ୍ବାଦିକତା ବୃତ୍ତି। କିଛି ପଥଭ୍ରଷ୍ଟ୍ର ବ୍ୟକ୍ତିଙ୍କ ଯୋଗୁଁ ସାମ୍ବାଦିକତାକୁ ସମାଜ ସେବା ଭାବରେ ଗ୍ରହଣ କରିଥିବା ସାମ୍ବାଦିକ ମାନେ ବିନା […]

କଟକ: କଟକ ବଡ଼ ଡ଼ାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସହ ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହା ସହ ମହିଳାଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି। ଘଟଣାର ପୁରା ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ […]

ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାର ଆମ୍ଲେଶ୍ୱର ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣାରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ କାରଣ ତାଙ୍କ ସ୍ୱାମୀ ତାଙ୍କୁ ସବୁବେଳେ କହୁଥିଲେ ଯେ ତୁମେ କଳା ଦେଖାଯାଉଛ, ତୁମର ଆଚରଣ ପୁରୁଷଙ୍କ ପରି ହେଉଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ […]

ମୁମ୍ବାଇ: ଏକ ଇ-କମର୍ସ ୱେବସାଇଟରୁ ସପିଂ କରି ଜଣେ ଗ୍ରାହକ ଠକେଇର ଶିକାର ହୋଇଛନ୍ତି। ବାସ୍ତବରେ ସେ ଅନଲାଇନରେ ଏକ ଲାପଟପ୍ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଲାପଟପ ବଦଳରେ ଲୁଗା ସଫା ସାବୁନ ମିଳିଥିବାର ଜଣାପଡିଛି। କେବଳ ଏତିକି ନୁହେଁ, ଯେତେବେଳେ ସେ କମ୍ପାନିକୁ ଏନେଇ ଅଭିଯୋଗ କରିଥିଲେ, ତାଙ୍କୁ ‘ରିଟର୍ନ ପଲିସି’ ନଥିବା ଦର୍ଶାଇ ଜିନିଷ ଫେରାଇହେବନାହିଁ ବୋଲି କୁହାଯାଇଥିଲା। ସୂଚନା ଥାଉ କି ଯେ ଅନଲାଇନ୍ […]

ଭଦ୍ରକ: ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଝୁନା ଭୁୟାଁର ଜାମିନ ଆବେଦନ ଉପରେ ଆଜି ଭଦ୍ରକ ଜିଲ୍ଲା ଅଦାଲତରେ ଶୁଣାଣି ହୋଇଛି। ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଶୁଣାଣି ପରେ ରାୟ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ମାନସଙ୍କୁ ଚାନ୍ଦବାଲି ଅଞ୍ଚଳରୁ ଅପହରଣ କରାଯାଇ ଭୁବନେଶ୍ବରସ୍ଥିତ ଦୟାଲ ଆଶ୍ରମରେ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯିବା ପରେ ତାଙ୍କ ମୃତ […]

କଟକ: ଏସସିବି ବଡ ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ। ପ୍ରସୂତି ବିଭାଗର ଆଇସିୟୁରୁ ପିଲା ଚୋରି ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି। ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା। ନବଜାତ ଶିଶୁର ବାପା ତୋଫାନ କୁମାର ଜେନାଙ୍କ କହିବା ମୁତାବକ ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି […]

Social media & sharing icons powered by UltimatelySocial