ଅଯୋଧ୍ୟା: ଅଯୋଧ୍ୟା ଧାମରେ ଏବେ ରାମଲଲ୍ଲାଙ୍କ ପ୍ରତିଷ୍ଠା ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଶହ ଶହ ବର୍ଷ ପରେ ରାମଲାଲା ନିଜ ଆସ୍ଥାନରେ ବସିବାକୁ ଯାଉଛନ୍ତି। ଜାନୁଆରୀ ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରର ପ୍ରଥମ ମହଲା ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ମିଳୁଛି। ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ […]

ଭୋପାଳ: ବେଆଇନ ଭାବେ ଚାଲୁଥିବା ମଧ୍ୟପ୍ରଦେଶର ଆଶ୍ରୟ ଗୃହରୁ ୨୬ଜଣ ଝିଅ ନିଖୋଜ ହେବା ଘଟଣାରେ ଏକ ବଡ଼ ମୋଡ଼ ଆସିଛି। କୁହାଯାଉଛି ଯେ, ନିଖୋଜ ହୋଇଥିବା ୨୬ଜଣଙ୍କ ମଧ୍ୟରୁ ୧୨ଜଣ ସେମାନଙ୍କ ଘରେ ଥିଲେ। ୧୨ଜଣକ ପତ୍ତା ମିଳିବା ପରେ ଏବେ ଅନ୍ୟ ନିଖୋଜ ଝିଅଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ନିଖୋଜ ଝିଅମାନଙ୍କ ମଧ୍ୟରେ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ମଧ୍ୟ କିଛି ଝିଅ ରହିଥିବା […]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ। ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି। ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ। ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ କହିଥିଲେ ଯେ, ‘ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ […]

ଭୁବନେଶ୍ୱର: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ […]

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ ଘରୋଇ ମହାକାଶ ଏଜେନ୍‌ସି ‘ସ୍ପେସ୍‌ଏକ୍ସ୍‌’ର ‘ଫାଲ୍‌କନ୍‌-୯’ ରକେଟ୍‌ରେ ଉପରୋକ୍ତ ଯୋଗାଯୋଗ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଟେଲିକମ୍‌ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାକୁ ସମର୍ଥ ‘ଜିଏସ୍‌ଏଟି-୨୦’ର […]

ନୂଆଦିଲ୍ଲୀ: ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଥିବା ଏକ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଭାରତ ଏବଂ ପାକିସ୍ତାନ ସୋମବାର ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନ ପ୍ରଦାନ କରିଛନ୍ତି। ଯେଉଁଥିରେ ଉଭୟ ପକ୍ଷ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିପାରିବେ ନାହିଁ। ଆଣବିକ ପ୍ରତିଷ୍ଠାନ ଏବଂ ପ୍ରତିଷ୍ଠାନ ଉପରେ ଆକ୍ରମଣ ନିଷେଧ ସଂକ୍ରାନ୍ତ ଏକ ଚୁକ୍ତିର ବ୍ୟବସ୍ଥା ଅନୁଯାୟୀ ଏହି ତାଲିକା ଆଦାନ ପ୍ରଦାନ […]

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି। ଅମିତ ଶାହା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ତେହେରିକ-ଏ-ହୁର୍ରିୟତକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭ (ୟୁଏପିଏ) ଅନୁଯାୟୀ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୩୦ ତାରିଖ) ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତ କରି ନବୀକରଣ ହୋଇଥିବା ରେଳଷ୍ଟେସନକୁ ଉଦଘାଟନ କରିବା ସହ ନୂଆ ବିମାନବନ୍ଦର ବି ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ଦେଶର ଅନେକ କଳାକାର ମିଶି ତାଙ୍କୁ ସ୍ୱାଗତ କରିଥିଲେ। ମୋଦୀ ରେଳ ଷ୍ଟେସନକୁ ଯିବା ବାଟରେ ଏକ ରୋଡ୍‌ ସୋ’ କରିଥିଲେ। ଏହି ରୋଡ୍‌ ସୋ’ରେ ୧୪୦୦ରୁ ଅଧିକ ପ୍ରଦର୍ଶନକାରୀ ଅଂଶ […]

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ଆଇନ (ସଂଶୋଧନ) ବିଲ୍କୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ୩ଟି ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ୩ଟି ବିଲ୍ ଆଇନରେ ପରିଣତ ହୋଇଯାଇଛି। ଏସବୁ […]

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ବିଷ କ୍ରିୟା କୁ ନେଇ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ରର ମୁମ୍ବାଇ ଓ ରତ୍ନଗିରିରେ ଥିବା ଦାଉଦ ଇବ୍ରାହିମ୍ ସମ୍ପତ୍ତି ନିଲାମ ହେବ। ୨୦୨୪ ଜାନୁଆରି ୫ତାରିଖରେ ଏହି ନିଲାମ ଅନୁଷ୍ଠିତ ହେବ। ଫରେନ୍ ଏକ୍ସଚେଞ୍ଜ ଆକ୍ଟ (ଫେମା) ଅଧୀନରେ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, […]

Social media & sharing icons powered by UltimatelySocial