‘ତୁ’, ‘ତୁମେ’ ନୁହେଁ, ‘ଆପଣ’ ରେଳ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଜାରି ହେଲା ନୂଆ ନିୟମ। ଏବେ ବରିଷ୍ଠ ଅଧିକାରୀମାନେ ଅଧସ୍ତନ କର୍ମଚାରୀମାନଙ୍କୁ ‘ତୁ’ କି ‘ତୁମେ’ ଡାକିପାରିବେ ନାହିଁ। ଏବେ ବରିଷ୍ଠ ଅଧିକରୀମାନଙ୍କୁ ଅଧସ୍ତନ କର୍ମଚାରୀଙ୍କୁ ‘ଆପଣ’ କହି ସମ୍ବୋଧିତ କରିବାକୁ ହେବ। ଅଫିସରମାନଙ୍କୁ ନିଜ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବାକୁ ହେବ ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱିନ୍‌ ଲୋହାନି ସ୍ପଷ୍ଟ କରିଦେଇଛନ୍ତି।

ସୂଚନା ଅନୁଯାୟୀ ଚେୟାରମ୍ୟାନ ସମସ୍ତ ଅଧିକରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଭୁଲରେ ବି ଜୁନିୟର କର୍ମଚାରୀମାନଙ୍କୁ ଅପମାନିତ କଲାଭଳି ଶବ୍ଦର ବ୍ୟବହାର କରିବେ ନାହିଁ। କୁହାଯାଉଛି ଯେ ଅନେକ ଅଧସ୍ତନ କର୍ମଚାରୀଙ୍କ ଅଭିଯୋଗ ପରେ ଲୋହାନି ଏଭଳି ପଦକ୍ଷେପ ନେଇଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ ଅଫିସରମାନେ ସେମାନଙ୍କୁ ‘ତୁ’, ‘ତା’ କରି କଥାବାର୍ତ୍ତା କରୁଛନ୍ତି। ଯାହା ସେମାନଙ୍କୁ ଅପମାନିତ କଲାଭଳି ଲାଗୁଛି। ତେଣୁ ସେମାନେ ଦାବି କରିଥିଲେ ଯେ ଅଫିସରମାନେ ସେମାନଙ୍କ ସହ ସମ୍ମାନର ସହ କଥାବାର୍ତ୍ତା କରନ୍ତୁ।

ଲୋହାନିଙ୍କର ଏଭଳି ୱାର୍କ କଲଚର ବଦଳାଇବା ପ୍ରଥମ ଥର ନୁହେଁ। ୨୦୧୭ ରେ ଯେତେବେଳେ ସେ ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ହେଲେ ସେ ଭିଆଇପି କଲ୍‌ଇଚର ଉଠେଇବା କଥା କହିଥିଲେ। କେବଳ ଏତିକି ନୁହେଁ, ୩୬ ବର୍ଷ ପୁରୁଣା ଭିଆଇପି ପ୍ରୋଟୋକଲକୁ ମଧ୍ୟ ବନ୍ଦ କରାଇଥିଲେ ଯେଉଁଥିରେ ରେଲୱେ ବୋର୍ଡ ଚେୟାରମ୍ୟାନ କିମ୍ବା ଅନ୍ୟ କୌଣସି ମେମ୍ବର ଜୋନାଲ ରେଲୱେକୁ ଗଲେ ଜେନେରାଲ ମ୍ୟାନେଜରକୁ ଉପସ୍ଥିତ ରହିବାକୁ ପଡ଼ୁଥିଲା।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ଚାଞ୍ଚଲ୍ୟ: ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କଲା ମନ୍ଦିରର ପୂଜକ

Tue Apr 24 , 2018
ଭୁବନେଶ୍ୱର: ରାଜଧାନୀରେ ମନ୍ଦିରର ଜଣେ ପୂଜକ ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଭୁବନେଶ୍ୱର ମହିଳା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସଂପୃକ୍ତ ଯୁବତୀ ପୂଜକଙ୍କ ଘରୁ ଯିବା ଆସିବା କରୁଥିଲେ । ଆଉ ଏହାର ସୁଯୋଗ ନେଇ ପୂଜକ ଯୁବତୀଙ୍କୁ ଖାଦ୍ୟ/ପାନୀୟରେ ନିଶା ଦେଇ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉଠାଇଥିଲେ। ତା’ପରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପୂଜକ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial