ଆସନ୍ତା କାଲିଠାରୁ ୧୬ଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’

୧୬ଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’

ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଚାଲିବ

ଭୁବନେଶ୍ବର : ଆସନ୍ତା ସୋମବାରଠାରୁ ରାଜଧାନୀରେ ମୋ ବସ୍‌ ଗଡ଼ିବ। କିନ୍ତୁ ଏବେ ୧୬ଟି ରୁଟ୍‌ରେ ବସ୍‌ ଚାଲିବ। ବସ୍‌ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ମଧ୍ୟରେ ଯାତାୟତ କରିବ। ଏବେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚାଲିବ ବୋଲି କ୍ରୁଟ୍‌ ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ନିୟମିତ ବସ୍‌ ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ। ସପ୍ତାହନ୍ତ ସଟ୍‌ଡାଉନ୍‌ରେ ସ୍ବତନ୍ତ୍ର ସଟଲ୍‌ ବସ୍‌ ସେବା ପୂର୍ବଭଳି ଚାଲୁ ରହିବ। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ବସ୍‌ରେ ଯେତିକ ସିଟ୍ ସେତିକି ଲୋକ ବସିବେ, ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ବସ୍‌ରେ କେବଳ ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀ ଡ୍ୟୁଟି କରିବେ। ପ୍ରତ୍ୟେକ ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌

Sun Jul 18 , 2021
ଭୁବନେଶ୍ବର : ରାଜ୍ୟ ସରକାର ଗର୍ଭବତୀଙ୍କୁ କୋଭିଡ ଟିକା ଦେବା ‌ନିୟମ କରିବା ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପ୍ରତି ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୨୫ହଜାର ୬୧୪ ଡୋଜ୍ ଟିକା […]
ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial