ଟର୍ଣ୍ଣାଡୋ ମୁହଁରେ ଆମେରିକା : ୧୦୦ରୁ ଅଧିକ ମୃତ, ଅନେକ ନିଖୋଜ

ଟର୍ଣ୍ଣାଡୋର ତାଣ୍ଡବ

ନୂଆଦିଲ୍ଲୀ: ଟର୍ଣ୍ଣାଡୋ ମୁହଁରେ ଆମେରିକା। ପ୍ରକୃତି ରଚିଲା ବିଭୀଷିକାର ତାଣ୍ଡବ। ଆମେରିକାର ୬ଟି ରାଜ୍ୟରେ ୩୦ଟି ଅଦିନିଆ ଟର୍ଣ୍ଣାଡୋ ଧ୍ୱଂସର ତାଣ୍ଡବ ରଚିଛି। ଅଟ୍ଟାଳିକାର ଧ୍ୱଂସସ୍ତୁପ ହିଁ ବୟାନ କରୁଛି, କେତେ ଭୟାନକ ଥିଲା ଘୂର୍ଣ୍ଣଝଡର ପ୍ରକୋପ। ପବନ ମାଡରେ ଭାଙ୍ଗିଯାଇଛି ବିଶାଳ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି, ତାସ ଘର ଭଳି ଭୁଶୁଡି ପଡିଛି କଂକ୍ରିଟ ଘର। ଟର୍ଣ୍ଣାଡୋ ଅର୍ଥାତ ଏହି ଘୂର୍ଣ୍ଣିଝଡରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଭଗ୍ନସ୍ତୁପ ତଳେ ଏବେ ବି ଅନେକ ଲୋକ ଫସିଥିବା ଆଶଙ୍କା ଥିବାରୁ ମୃତାହତ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଅନ୍ୟପଟେ ବାଇଡେନ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାମ ଜାରି ରହିଛି। ଶୁକ୍ରବାର ରାତିରେ ଟର୍ଣ୍ଣାଡୋ ଆମେରିକାର ମିସିସିପି ଭ୍ୟାଲିରେ ବ୍ୟାପକ କ୍ଷୟକ୍ଷତି କରିଛି। ଆଉ ପ୍ରକୃତିର ଉଗ୍ରରୁପ ଆଗରେ ଅସହାୟ ହୋଇପଡିଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମେରିକା ପୂର୍ବରୁ ଏଭଳି ଘାତକ ଘୂର୍ଣ୍ଣିଝଡ ଦେଖିନଥିଲା। ଅଦିନିଆ ଟର୍ଣ୍ଣାଡୋରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କେନଟୁକି ରାଜ୍ୟ। ତେବେ ଆରକାନାସ, ମିଶୋରି, ଟେନିଜ ରାଜ୍ୟରେ ମଧ୍ୟ ବ୍ୟାପକ ଧନଜୀବନ ହାନି କରିଛି ଏହି ଘୂର୍ଣ୍ଣିଝଡ। ଜାତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ କେନଟୁକି ରାଜ୍ୟର ମେ-ଫିଲଡ ଆରମ୍ଭ ହୋଇଥିବା ଟର୍ଣ୍ଣାଡୋ ୪ ଘଣ୍ଟାରେ ୨୩୦ ମାଇଲ ଅତିକ୍ରମ କରି ୪ଟି ରାଜ୍ୟରେ ଧ୍ୱଂସର ତାଣ୍ଡବ ଚଳାଇଥିଲା। କେବଳ କେନଟୁକିରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି, ତେଣୁ ମୃତ୍ୟୁ ସଂଖ୍ୟା ଶହେ ଟପିବ ବୋଲି ଆଶଙ୍କା କରାଯାଉଛି। ସେପଟେ ରାଷ୍ଟ୍ରପତି ଜୋ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Sun Dec 12 , 2021
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରିବାରେ ଲଗାତାର ସଫଳତା ହାସଲ କରି ଚାଲିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ଏବଂ ଓର୍କେଲ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ଲୋକେ ବେଆଇନ ଗଞ୍ଜେଇ ଚାଷ କରି ବେଶ ରୋଜଗାର କରୁଥିବା ବେଳେ […]
୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial