ଗୁରୁଦିବସକୁ କଳାଦିବସ ଭାବେ ପାଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର: ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ନିଆଯାଇଛି ଏଭଳି ଚରମ ନିଷ୍ପତ୍ତି। ତା’ସହ ଆସନ୍ତା ୬ ତାରିଖରୁ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ମଧ୍ୟ ମଞ୍ଚ ଚେତାବନୀ ଦେଇଛି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଗୁରୁ ଦିବସ ପିଲା ଓ ଅଭିଭାବକ ପାଳନ୍ତି। ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ କଳା ଦିବସ ପାଳନର ଯଥାର୍ଥତା କେଉଁଥି ପାଇଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ସେପଟେ ଶିକ୍ଷକ ଆନ୍ଦୋଳନକୁ ଦେଖି ଆସନ୍ତାକାଲି ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ।

ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି-“କଳା ବ୍ୟାଜ ପିନ୍ଧି ଆମେ ଗୁରୁ ଦିବସକୁ ପ୍ରତ୍ୟାଖ୍ୟାନ କରିବୁ। ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“କଳା ଦିବସ କିଏ ପାଳୁଛି ମୁଁ ଜାଣିନି। ଗୁରୁଦିବସକୁ ଆମେ ପାଳୁଛୁ ଓ ପିଲାମାନେ ମଧ୍ୟ ପାଳୁଛନ୍ତି। ଯଦି ଏହାକୁ ଗୁରୁମାନେ କଳାଦିବସ ଭାବେ ପାଳନ କରିବେ, ତାହା ଠିକ୍‌ ହେବନି। ସେମାନଙ୍କ ଦାବି ନେଇ ସରକାର ଆଲୋଚନା କରୁଛନ୍ତି। କେତେବେଳେ ବି ଫାଇନାଲ୍‌ ଫଳାଫଳ ବାହାରିପାରେ।”

Share Now:

Kalinga News Beuro

Leave a Reply

Next Post

ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଗୋଗୋଇ:ଅକ୍ଟୋବର ୩ରେ ଶପଥ

Wed Sep 5 , 2018
ନୂଆଦିଲ୍ଲୀ,: ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାମ ଆଜି ଆନୁଷ୍ଠାନିକ ଭାବେ ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ୍‌ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ଏବଂ ୩ ତାରିଖ ଦିନ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। କେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial