ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାରୁ ୨୩୮ ରନରେ ହରାଇ ବଡ଼ ବିଜୟ ହାସଲ କରିଛି। ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା। ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ […]

ମେଲବୋର୍ଣ୍ଣ : ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିସି)ଠାରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଭିକ୍ଟୋରିଆ ରାଜ୍ୟର ପ୍ରିମିୟର (ଆମ ଦେଶର ମୁଖ୍ୟମନ୍ତ୍ରୀ ପରି) ଡାନିଏଲ ଆଣ୍ଡ୍ର୍ୟୁଜ୍ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ପୂର୍ବରୁ ୱାର୍ଣ୍ଣଙ୍କ ପରିବାର ପକ୍ଷରୁ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କରାଯିବ। ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ଏମସିସିକୁ […]

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ସଂଦେହ କରାଯାଉଛି। ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ୧୯୬୯ରେ ଜନ୍ମ ଗ୍ରହଣ […]

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦କୁ ଭାରତ ୬ ଓ୍ଵିକେଟରେ ଜିତିଛି। ଏଥି ସହିତତ ଟି୨୦ ସିରିଜକୁ ୩-୦ରେ ଜିତି ନେଇଛି ଭାରତ। ଧର୍ମଶାଳାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଥିଲା। ଏହାପରେ ୧୪୭ ରନ୍‌ର ବିଜୟ ଲକ୍ଷ ନେଇ ଭାରତର ଓପନର ସଞ୍ଜୁ ସାମସନ୍ ଓ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ରୋହିତ […]

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଗୁରୁବାର ସଂଧ୍ୟାରେ ଭର୍ଚୁଆଲ୍‌ରେ ଆୟୋଜିତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଧ୍ୟ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ ମ୍ୟାଚ୍‌ ଖେଳାଯିବା ଉପରେ ମୋହର ବାଜିଥିଲା। ମୁମ୍ବାଇସ୍ଥିତ ୱାଙ୍ଖଡେରେ ୨୦, ବ୍ରାବର୍ଣ୍ଣରେ ୧୫ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ ଏବଂ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ୧୫ […]

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଭାରତ ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଓପନର ଇଶାନ କିଷନ […]

କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଖେଳାଯାଉଥିବା ୨ୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା। ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ […]

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ ୨-୦ରେ। ଭାରତ ଦ୍ବାରା ରଖାଯାଇଥିବା ୨୩୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା। ଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ ଓ ଅକିଲ […]

ଆଣ୍ଟିଗୁଆ : ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ବକପର ଫାଇନାଲରେ ଇଂଲଣ୍ଡ ଭାରତ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୫ତମ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜେମ୍ସ […]

ବେଜିଂ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲିମ୍ପିକ୍ସ। ବେଜିଂରେ ଥିବା ପ୍ରସିଦ୍ଧ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଷ୍ଟାଡିୟମରେ ହିଁ ୨୦୦୮ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ ଜଣେ ମାତ୍ର ଆଥଲେଟ ଏହି ଅଲିମ୍ପିକ୍ସରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଆରିଫ ଖାଁ। ସେ ହାତରେ ତ୍ରିରଙ୍ଗା ଧରି ଭାରତର ପ୍ରତିନିଧିତ୍ବ କରିଥିଲେ। ତାଙ୍କ […]

Social media & sharing icons powered by UltimatelySocial