ନୂଆଦିଲ୍ଲୀ : କୋଭିସିଲ୍ଡର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ପ୍ରସଙ୍ଗରେ ଖୁବଶୀଘ୍ର ଟାକା ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟିର ବୈଠକରେ ଆଲୋଚନା କରାଯିବ। କମିଟିର ସୁପାରିଶ ଆସିବା ପରେ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟଗୋଷ୍ଠୀର ଅଧ୍ୟକ୍ଷ ଡ.ଏନ.କେ. ଆରୋରା କହିଥିଲେ ଯେ ସରକାର ଦୁଇଟି କୋଭିସିଲଡ ମାତ୍ରା […]

ଭୁବନେଶ୍ୱର: ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସୂଚନା ମୁତାବକ, ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର […]

ଇସଲାମାବାଦ : କଠୋରପନ୍ଥୀ ମୌଳବାଦୀ ସଂଗଠନ ତାଲିବାନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଥିବା କଥା ବିଶ୍ବରେ ପ୍ରାୟ ସବୁଦେଶ ଅବଗତ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ଖୋଲାଖୋଲି ଏ ସମ୍ପର୍କରେ ଘୋଷଣା କରିନାହାନ୍ତି। ତେବେ ପାକିସ୍ତାନ ଶାସକ ଦଳର ଜଣେ ନେତ୍ରୀ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଦେଇଛନ୍ତି। ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇରସାଦ […]

ବର୍ଷା ନିଅଣ୍ଟ ଭରଣା ହେବା ସମ୍ଭାବନା ଭୁବନେଶ୍ବର : ଅଗଷ୍ଟ ମାସରେ ବର୍ଷା ନିଅଣ୍ଟ ଦେଖାଦେଇଥିବାବେଳେ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ […]

ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌ ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ […]

ମୁମ୍ବାଇ: ‘ଉଦ୍ଧବ ଠାକ୍‌ରେଙ୍କୁ ଚଟକଣା’ ମନ୍ତବ୍ୟ ଯୋଗୁଁ ଗତକାଲି ଗରିଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ୮ ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲେ ସୁଦ୍ଧା ସେପ୍ଟେମ୍ବର ୨ ତାରିଖ ଦିନ ନାଶିକରେ ପୁଲିସ ଆଗରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେଙ୍କ ବିରୋଧରେ ଦିଆଯାଇଥିବା ୪ଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନାଶିକରେ ଦାଏର ହୋଇଛି। ଆଗାମୀ ଗରୁବାର ମଧ୍ୟାହ୍ନ ୧୨ଟାରେ ଥାନାରେ ହାଜର ହେବା ଲାଗି ଗତ […]

ସାଂସଦ ଓ ବିଧାୟକମାନେ ସମ୍ପୃକ୍ତ ମାମଲା ପକାଇ ନ ରଖି ଚାର୍ଜସିଟ୍‌ ଫାଇଲ୍‌ ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକମାନେ ଜଡ଼ିତ ମାମଲାଗୁଡ଼ିକର ଚାର୍ଜସିଟ୍‌ ଦାଖଲରେ ବିଳମ୍ବ ହେଉଥିବାରୁ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଏବଂ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌’କୁ (ସିବିଆଇ) ଏକ ମାମଲାର ଶୁଣାଣି ବେଳେ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଯଦିବା ତଦନ୍ତରେ କିଛି ବାକି […]

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ କରିବେ ନତୁବା ପ୍ରତି‌ରୋଧ ଘୋଷଣା କରାଯିବ। ତାଲିବାନ କ୍ଷମତା ଅଧିକାର କରିବା ପରେ ଆପଣାକୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷିତ କରିଥିବା ବିତାଡ଼ିତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ […]

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡ଼ିଛି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ନିଜ ଶିକ୍ଷକ ରାମକୃଷ୍ଣ ପ୍ରଦାନଙ୍କଠାରୁ ସର୍ଭିସ ବୁକ ଠିକ […]

ଖଣ୍ଡଗିରି: ଏକଦା ଚିରସ୍ରୋତା କ୍ଷୁଦ୍ର ଝରଣାଟି ଥିଲା ଯୋଗୀମୁନିଙ୍କୁ ସ୍ନାନପୀଠ। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗ ପୁରୁଷମାନଙ୍କ ସ୍ନାନ ଶୌଚର କ୍ଷେତ୍ର। ଏହାର ଜଳ ଥିଲା ବେଶ୍ ନିର୍ମଳ ଓ ପବିତ୍ର। ଏହି ଝରଣା କୂଳେକୂଳେ ଥିଲା ଶସ୍ୟ କ୍ଷେତ। ଫଳୁଥିଲା ସୁନାର ଫସଲ। ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବେ ଗ୍ରହଣ କରିନେଇଥିଲେ। ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି […]

Social media & sharing icons powered by UltimatelySocial