ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସୂଚନା ମୁତାବକ ଭାରତୀୟ ରେସଲର ରବି କୁମାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି।
ରବି ସେମିଫାଇନାଲରେ କାଜାଖସ୍ତାନର ରେସଲର ସାନାୟେଭ ନୁରିସଲାମଙ୍କୁ ପରାସ୍ତ କରିଛନ୍ତି। ଆରମ୍ଭରୁ ରବି କୁମାର ୫-୯ରେ ପଛରେ ଥିଲେ ବି -ପରେ ସେ ଦୃଢ ମୁକାବିଲା କରିଥିଲେ। ଏହି ବିଜୟ ସହିତ ସେ ଏକ ପଦକ ନିଶ୍ଚିତ କରିଛନ୍ତି। ରବି କୁମାର ହେଉଛନ୍ତି ଭାରତର ପଞ୍ଚମ ରେସଲର ଯିଏକି ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇବେ। ତାଙ୍କ ପୂର୍ବରୁ କେ.ଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଏବଂ ସାକ୍ଷୀ ମଲିକ ଅଲିମ୍ପିକ୍ କୁସ୍ତିରେ ଭାରତ ପାଇଁ ପଦକ ଜିତିଛନ୍ତି।
ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ରେସଲର ରବି ଦହିଆ
Share Now: