ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍‌୩୨ ବିମାନ

ଏୟାରଫୋର୍ସ ଏଏନ୍‌୩୨ ବିମାନ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଏୟାରଫୋର୍ସର ଏଏନ୍‌୩୨ ବିମାନ। ଏଥିରେ ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏରେ ରହିବ। ୧୪ ତାରିଖରେ ସି୧୭ ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ। ସେପ୍ଟେମ୍ବର ୧୬ରେ ଭୁବନେଶ୍ୱରରେ ହେବ ଏଆର ସୋ ଓ ସେପ୍ଟେମ୍ବର ୧୮ରେ ପୁରୀରେ ହେବ ଏୟାର ସୋ। କୂଅଖାଇ ନଦୀ ପଠାରେ ଏହି ଏଆର ସୋ’ କରାଯିବ। ଯେତିକି ସମୟ ଏୟାର ସୋ’ ହେବ ସେତିକି ସମୟ ଭୁବନେଶ୍ୱର ବିମାନ ବନ୍ଦରର ଏଆର ସ୍ପେସରେ ବିମାନ ଚଳାଚଳ ବନ୍ଦ ରହିବ।

Share Now:

Kalinga News Beuro

Next Post

ଇଲେକ୍ଟ୍ରିକ୍‌ ସ୍କୁଟର୍‌ ସୋ’ରୁମ୍‌ରେ ନିଆଁ ଲାଗି ୮ଜଣଙ୍କ ମୃତ୍ୟୁ : ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

Tue Sep 13 , 2022
ହାଇଦ୍ରାବାଦ: ସୋମବାର ରାତିରେ ସିକନ୍ଦରାବାଦର ମୋଣ୍ଡା ମାର୍କେଟ୍‌ ଅଞ୍ଚଳରେ ଥିବା ଗୋଟାଏ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୨ଜଣ ମହିଳାଙ୍କ ସମେତ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ସିକନ୍ଦରାବାଦସ୍ଥିତ ‘ପାସ୍‌ପୋର୍ଟ ଅଫିସ୍‌’ ପାଖରେ ଥିବା ‘ରୁବି ଇଲେକ୍ଟ୍ରିକାଲ୍‌ ସ୍କୁଟର୍‌ ସୋ’ରୁମ୍‌’ରେ ଗତରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଯିବାରୁ ୪ ତାଲାବିଶିଷ୍ଟ […]
ଇଲେକ୍ଟ୍ରିକ୍‌ ସ୍କୁଟର୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial