୧୩୯ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ଆଣିଲେ ମହିଳା: ଏତଲାରେ ଓକିଲ-ସାମ୍ବାଦିକଙ୍କ ନାଁ ସାମିଲ

୧୩୯ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା ଜଣେ ୨୫ବର୍ଷ ବୟସ୍କା ମହିଳା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ୧୩୯ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପୀଡିତା।ତାଙ୍କ ଏତଲାରେ ସେ ଅନେକ ନେତା ଏବଂ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡିଥିବା ଦେଖାଯାଇଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଛାତ୍ର ନେତା, ରାଜନେତାଙ୍କ ବ୍ୟକ୍ତିଗତ ସହାୟକ, ଓକିଲ, ମିଡିଆ ପ୍ରଫେସନାଲ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ନାମ ଦେଇଛନ୍ତି। ମହିଳା ଜଣକ ପଞ୍ଜାଗୁଟା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣା ପଡିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଦ୍ୱାରା ୪୨ପୃଷ୍ଠାର ଏତଲା ପଞ୍ଜିକୃତ କରାଯିବ ସହ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ବିବାହର ଏକ ବର୍ଷ ମଧ୍ୟରେ ଛାଡପତ୍ର ହୋଇଥିବା ୨୫ ବର୍ଷୀୟା ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ୨୦୦୯ରେ ବିବାହ କରିଥିଲେ ଏବଂ କିଛି ସମୟ ପରେ ପରିବାରର କିଛି ସଦସ୍ୟଙ୍କ ସମେତ ୨୦ଜଣ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଛାଡପତ୍ର ପରେ ମହିଳା ଜଣକ ପାଠ ପଢା ଜାରି ରଖିବା ପାଇଁ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ପରେ କିଛି ଲୋକ ତାଙ୍କ ସହ ଦୁଷ୍କର୍ମ କରିବା ସହ ଯଦି ପୋଲିସ ନିକଟକୁ ଯାଅ ତେବେ ତାଙ୍କୁ ହତ୍ୟା କରି ଦିଆଯିବ ବୋଲି ଧମକ ଦେଇଥିଲେ। ପ୍ରଥମେ ଜୀବନକୁ ବଞ୍ଚାଇବା ପାଇଁ ପୀଡିତା ଅଭିଯୋଗ କରି ନଥିବା ବେଳେ ବାରମ୍ବାର ଏଭଳି ହେବାରୁ ଏବେ ସେ ପୁଲିସରେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ସ୍ମାର୍ଟ ସିଟିରେ ମୋ ସାଇକେଲ‌ ଯୋଜନା ଫେଲ୍‌

Sat Aug 22 , 2020
ହଜାରେ ସାଇକେଲ‌ ନେଇ ସଂସ୍ଥା ଛୁ’ ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଭେଟି ଦେବା, ଭୁବନେଶ୍ବରକୁ ପ୍ରଦୂଷଣମୁକ୍ତ ସହର କରିବା ଉଦ୍ଦେଶ୍ୟରେ ନଭେମ୍ବର, ୨୦୧୮ରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ମୋ ସାଇକେଲ‌ ସେବା ଆରମ୍ଭ ହୋଇଥିଲା। ପ୍ରଥମରୁ କେବେ ବି ଉତ୍ସାହଜନକ ସଫଳତା ପାଇ ନଥିବା ଏହି ଯୋଜନା ଦେଢ଼ବର୍ଷ ପରେ ଚିତ୍‌ପଟାଙ୍ଗ ମାରି ପଡ଼ିଛି। ନା ଲୋକ ସାଇକେଲ‌ ଚଲାଉଛନ୍ତି ନା […]
ରାଜଧାନୀରେ ମୋ ସାଇକେଲ୍‌ ଯୋଜନା ଫେଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial