ଭୁବନେଶ୍ୱର : ବିସ୍ଫୋରକ ସାମଗ୍ରୀ ଦ୍ୱାରା ହାତୀର ମୃତ୍ୟୁ ହେବା ଓଡ଼ିଶାରେ ନୂଆ ଘଟଣା। ଯଦିଓ ପୂର୍ବରୁ ଏଭଳି ଘଟଣା କେରଳରେ ଦେଖିବାକୁ ମିଳିଥିଲା, ତେବେ ଭୁବନେଶ୍ୱର ଉପକଣ୍ଠରେ ଶିକାରୀଙ୍କ ଏଭଳି ବର୍ବର ଶିକାର ଶୈଳୀକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ପ୍ରଶ୍ନ ଉଠୁଛି, ବାର୍‌ହା ଶିକାରୀ ପକାଇଥିବା ବିସ୍ଫୋରକ ଦ୍ବାରା ଦନ୍ତାର ଜୀବନ ଗଲା, ନା ହାତୀ ଶିକାର ପାଇଁ ଶିକାରୀ ଆପଣେଇଥିଲେ ଏ ଫର୍ମୁଲା? କିଭଳି […]

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୁରଭଞ୍ଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ଵରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ଫେବୃଆରୀ ୨୯ ତାରିଖ ପୂର୍ବାହ୍ନ ୧୦ଟା୧୦ରୁ ୧୦ଟା ୪୦ […]

ଭୁବନେଶ୍ୱର : ବଦଳୁଛି ବାଣୀବିହାର ଚେହେରା। କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ହୋଇଛି। ନୂଆ କୋଠା ନିର୍ମାଣ କରାଯାଇ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେଉଛି। ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ନବକଳେବର ସାଙ୍ଗକୁ ବିଳାସପୂର୍ଣ୍ଣ ଆବାସସ୍ଥଳୀ ନିର୍ମାଣ ଚାଲିଛି। ଏବେ ବିଡିଏ ପକ୍ଷରୁ କ୍ୟାମ୍ପସ ଭିତର ଦେଇ ଯାଇଥିବା ପ୍ରାକୃତିକ ଡ୍ରେନ୍‌-୪ର ନିକଟ ୨୦ ଏକର ପରିମିତ ଖୋଲାସ୍ଥାନରେ ବୃକ୍ଷରୋପଣ କରାଯାଇ କଂକ୍ରିଟ୍‌ ଚେୟାର, ପଢ଼ିବାକୁ ବିସ୍ତୀର୍ଣ୍ଣ ପରିସର, ମୁକ୍ତାକାଶ ବ୍ୟାୟାମଶାଳା, ଲନ୍‌ ଆଦି […]

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ନିକଟରେ ବିଗତ ବର୍ଷର ରଥଯାତ୍ରାରେ ନନ୍ଦିଘୋଷ ରଥରେ ବ୍ୟବହାର କରାଯାଇଥିବା ଚକକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆରୋହଣ କରିଥିବା ଏହି ପବିତ୍ର ଚକ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ଵବୃହତ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ପଂହଁଚିବା କ୍ଷଣି ମନ୍ଦିରର ପ୍ରତିଷ୍ଠାତା, ଶ୍ରୀଜଗନ୍ନାଥ ସେବା ସମିତିର ସଭାପତି ଏବଂ ରାୟପୁର ବିଧାୟକ (ଉତ୍ତର) ପୁରନ୍ଦର ମିଶ୍ର ଏହାକୁ ପାରମ୍ପରିକ ଢଙ୍ଗରେ ବନ୍ଦାପନା […]

ଭୁବନେଶ୍ୱର: ଏଣିକି ମଦ୍ୟପ ଗାଡ଼ିଚାଳକଙ୍କୁ ଆଉ ନିସ୍ତାର ନାହିଁ। କାହାକୁ ବି କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ଜରିମାନା ତ ଗଣିବା ବାଧ୍ୟତାମୂଳକ। ଦରକାର ପଡ଼ିଲେ ଗାଡ଼ିଚାଳକଙ୍କୁ ଜେଲ୍‌ ପଠାଇଦିଆଯିବ। ଏତିକିରେ ସରିବନି ଦଣ୍ଡ। ଲାଇସେନ୍‌ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କମିସନର ସଞ୍ଜୀବ ପଣ୍ଡା ଏଭଳି କଠୋର ନୀତି ଆପଣାଇଛନ୍ତି। ଫେବ୍ରୁଆରି ପହିଲାରୁ ଏହି ଅଭିଯାନକ ଆରମ୍ଭ କରାଯାଇଛି। […]

ପୁରୁଣା ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଚାଲିଛି। ସାଙ୍ଗକୁ ଯୋଡ଼ିହୋଇଛି ଏକାମ୍ର ଉତ୍ସବ। ତେଣୁ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ମାତ୍ର ଶୌଚାଳୟ ଓ ବିଶ୍ରାମାଗାର ଅଭାବରୁ ପର୍ଯ୍ୟଟକ ତଥା ଯାତ୍ରୀମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ଦୂରଦୁରାନ୍ତର ଯାତ୍ରୀମାନେ ରାସ୍ତା କଡ଼ରେ ଶୋଉଛନ୍ତି ଏବଂ ସୁବିଧା ଦେଖି ସ୍ନାନ‌ଶୌଚ ବି କରୁଛନ୍ତି। ଶୀତ ରାତିରେ ବଡ଼ କଲବଲ ଅବସ୍ଥାରେ ଯାତ୍ରୀମାନେ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେହିଭଳି […]

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଆଉ ନାହାନ୍ତି। ୯୫ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ। ଏହାଛଡ଼ା ଭାରତୀୟ ରେଳସେବାରୁ ସେ ଅବସର ନେବା ପରେ ସେ ଦୈନିକ ଖବରକାଗଜ ‘ସମୟ’ର ବି ସଂପାଦକ ଥିଲେ।ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା […]

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୁନିଏନ ଗ୍ରାମ ବୁଲାଣିରେ ଏକ ଟ୍ରେଲର ଓ ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପୂର୍ବାହ୍ନ ସାଢେ଼ ୧୦ ଟାରେ ଘଟିଛି।ଟାଟା ମ୍ୟାଜିକ ପସେଞ୍ଜର […]

ବାଲିଅନ୍ତା ବଜାର: ବିଏମ୍‌ସିର ୪ ନମ୍ବର ୱାର୍ଡ ଅଧୀନ ହଂସପାଳ ବାଟମହାବୀର ସମ୍ମୁଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିଭଳି ପୁରୁଣା ଜଗନ୍ନାଥ ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। କିନ୍ତୁ ଠିକାସଂସ୍ଥା ନିମ୍ନମାନର କାମ କରୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାମ ବେଳେ ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକା ସଂସ୍ଥା ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଆସୁଛି। ପୂର୍ତ୍ତ ବିଭାଗରୁ ଏହି […]

ପୁରୁଣା ଭୁବନେଶ୍ୱର: ଗୋଟିଏ ‌ଟ୍ରାକ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌। ପରସ୍ପରଠାରୁ ପାଖାପାଖି ୧୦୦ ମିଟର ଦୂରତାକୁ ଆସି ଅଟକି ଯାଇଥିଲେ। ତେବେ ଏହା ଜାଣିବା କ୍ଷଣି ଉଭୟ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଦୁର୍ଘଟଣା ଆଶଙ୍କାରେ ଓହ୍ଲାଇ ପଡ଼ିଥିଲେ। ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। କେବଳ ଯାତ୍ରୀ ନୁହନ୍ତି, ଖବର ପ୍ରଚାର ହେବାପରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସେଠାକୁ ଧାଇଁଥିଲେ। ଯାତ୍ରୀମାନେ ଟ୍ରେନ୍‌ରୁ ତ […]

Social media & sharing icons powered by UltimatelySocial