ନୂଆଦିଲ୍ଲୀ: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷ। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିସନ। ନିକଟରେ ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ନିର୍ବାଚନ କମିଶନ ସୁପ୍ରିୟା ଶ୍ରୀନେତଙ୍କୁ ନୋଟିସ୍ ପଠାଇଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଉପରେ ଘୋଷ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ […]

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ମଙ୍ଗଳବାର ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ନାୟକ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। […]

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା […]

ରୁପ୍ରା : ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫), ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ […]

ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି।ଆଜି ତାଙ୍କର ଏକମାତ୍ର ପୁଅ ଆୟୁଷ ପାତ୍ର (୧୦) ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିଲେ। […]

ଭୁବନେଶ୍ବର: ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ଓ ପରେ ରାଜଧାନୀରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଗୁଣ୍ଡୁଚି ମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ […]

ମସ୍କୋ: ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ‌ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅଦାଲତ ସମସ୍ତଙ୍କୁ ମେ ୨୨ ତାରିଖ ପର୍ଯ୍ୟନ୍ତ ହେପାଜତରେ ନେଇଛନ୍ତି। ଏହି ୪ ଅଭିଯୁକ୍ତଙ୍କୁ ଶନିବାର […]

ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ। ଯୋରନ୍ଦା ଗାଦିକୁ ଚାଲି […]

ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଖବର ପ୍ରକାଶ କରିଛି।ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭଷ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଖବର ଦେଇଛନ୍ତି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା […]

ଭୁବନେଶ୍ୱର: ରଙ୍ଗର ପର୍ବ ‘ହୋଲି’କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ କେବଳ ରାଜରାସ୍ତା ନୁହେଁ, ବରଂ ଗାଧୁଆ ତୁଠ ଉପରେ ମଧ୍ୟ ନଜର ରଖିବ। ହୋଲି ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ଘଟଣା ଏଡେଇବାକୁ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। କମିସନରେଟ୍‌ ପୁଲିସ ହୋଲି ପାଇଁ ସ୍ତ୍ରତନ୍ତ୍ର ଅଭିଯାନ ଆରମ୍ଭ କରିଛି। ରଙ୍ଗ ‌ଦୋକାନରେ ବିକ୍ରି ହେଉଥିବା ରଙ୍ଗ ଯାଞ୍ଚ […]

Social media & sharing icons powered by UltimatelySocial