କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ତଥା ବେଣୀପୁର ଗ୍ରାମରେ ଘେରି ବନ୍ଧ ଭାଙ୍ଗିଯିବାରୁ ବିରୂପା ନଦୀର ବନ୍ୟା ଜଳ ପଶିଛି। ଫଳରେ ଘେରି ଭିତରେ ଥିବା ୫ଟି ୱାର୍ଡର ୨୫୦୦ରୁ ଅଧିକ ଲୋକ ଓ ସେମାନଙ୍କ ଗୃହପାଳିତ ପଶୁପକ୍ଷୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସର୍ବ ପୁରାତନ ସ୍କୁଲ ଘର ସହିତ ସମସ୍ତ ଅସବାବପତ୍ର ବନ୍ୟା ପାଣିରେ ନଷ୍ଟ […]

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧରେ ଜଳସ୍ତର କମିବା ସହ ମହାନଦୀରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି। ଜଳସଂପଦ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହୀରାକୁଦ ଜଳ ଭଣ୍ଡାରର ଏବେ ୨୪ଟି ଗେଟ ଖୋଲା ରହିଛି। ତା’ ମଧ୍ୟରେ ବାମ ସ୍ପିଲେଓ୍ଵର ୧୫ଟି ଓ ଡାହାଣ ସ୍ପିଲେଓ୍ଵର ୯ଟି ଗେଟ ଅନ୍ତର୍ଭୁକ୍ତ। ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫.୫୬ ଫୁଟ ଜଳ […]

ବସ୍‌ ମାଲିକ ସଂଘ କହିଲା ଭୟ ଯୋଗୁ ଲୋକେ ବସକୁ ଆସୁନାହାନ୍ତି ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍‌ ମାଲିକ […]

ପର୍ଯ୍ୟ‌ାପ୍ତ ହେଉନି ରିଲିଫ୍, ଭୋକ ଉପାସରେ ଗୃହପାଳିତ ପଶୁପକ୍ଷୀ ବାଲିପାଟଣା : ଲୋକ କଥାଟିଏ ଅଛି। ‘ଧନୁଆ ନଈକୁ ବିଶ୍ବାସ ନାହିଁ’। ଚଳିତ ବନ୍ୟା ଏହି ଲୋକକଥାର ସତ୍ୟତା ପ୍ରମାଣିତ କରିଛି। ବଡ଼ ନଦୀ ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ଯେତିକି ଦୁଃଖ ଦେଇ ନାହାନ୍ତି, ଛୋଟ ନଈ ଧନୁଆ ସେମାନଙ୍କଠାରୁ ଅଧିକ କ୍ଷତି କରିଛି। ଧୁନଆ ନଈର ବନ୍ୟା ଜଳ ବାଲିପାଟଣାର ୫ ପଞ୍ଚାୟତକୁ ବୁଡ଼ାଇ ଦେଇଛି। ଫଳରେ […]

ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି ଭୁବନେଶ୍ୱର : ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତାମାସରେ ଲକ୍‌ଡାଉନ୍ କେବଳ ଅବରୋଧ ଅଞ୍ଚଳ ଭିତରେ ହିଁ ସୀମିତ ରହିବ। ପୂର୍ବଭଳି ଜିଲ୍ଲାପାଳ, ପୌର କମିଶନର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ଏହି ଅଞ୍ଚଳ ଭିତରେ କେବଳ […]

ଭୁବନେଶ୍ବର: ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ମିଳିବ ୫୦୦ ଟଙ୍କା। ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ। ଏହାସହ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ […]

ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାର ଫଳ ଭୋଗୁଛନ୍ତି ଅଢେଇହଜାର ଲୋକ କେନ୍ଦ୍ରାପଡ଼ା/ଡେରାବିଶ : କାମ ସରିବାର ମାତ୍ର ଆଠ ମାସ ଭିତରେ ସାଢେ଼ ଚାରି କୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଗତକାଲି କେନ୍ଦ୍ରାପଡ଼ା ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ ସାପ, ବେଙ୍ଗକୁ ଦୋଷ ଦେଇଥିଲେ। କହିଥିଲେ, ସରୀସୃପ ମାନେ କଣା କରିଦେବାରୁ ବନ୍ଧ ଭାଙ୍ଗିଗଲା। ନିର୍ବାହୀ ଯନ୍ତ୍ରୀଙ୍କ ଏପ୍ରକାର ଅଜବ ଯୁକ୍ତିକୁ ନେଇ ଚର୍ଚ୍ଚା ଥମି […]

ଚାଷୀଙ୍କୁ ହତାଶ କରୁଛି ବଢ଼ି,ବନ୍ୟାଞ୍ଚଳ ବୁଲିଲେ ବିଧାୟକ ବାଲିପାଟଣା : ବନ୍ୟା ଭୁବନେଶ୍ୱର ଉପକଣ୍ଠବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ଭାର୍ଗବୀ ନଦୀପାଣି ଅଚ୍ୟୁତପୁର କାଜ ଏବଂ କୁଶଭଦ୍ରା ନଦୀରୁ ବଇଁଚୁଆ କାଜରେ ପାଣି ଆସିବା ପରେ ବାଲିପାଟଣା ଅଞ୍ଚଳରେ ବଡ଼ ବନ୍ୟା ଦେଖାଦେଇଛି। ଏଥିଯୋଗୁଁ ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ମାଡ଼ି ଯିବାରୁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଶହଶହ ପରିବାର […]

୯ ବର୍ଷ ପରେ ବି ହୋଇନି ଚୂଡ଼ାନ୍ତ ଚାର୍ଜସିଟ; ପ୍ରମାଣ ନଷ୍ଟ କରି, ହାତେଇ ନେବାକୁ ଷଡ଼୍‌ଯନ୍ତ୍ର ପୁରୀ : ଏମାର ମଠରୁ ମିଳିଥିବା ରୁପା ଇଟା, ଯାହାକୁ ନେଇ ଦିନେ ସାରାରାଜ୍ୟ ଓ ଦେଶରେ ହଇଚଇ(ଚର୍ଚ୍ଚା)ହୋଇଥିଲା, ତାକୁ ନେଇ ଏବେ ସମସ୍ତେ ନିରବ। କେଜିଏ କିମ୍ବା କୁଇଣ୍ଟାଲ ନୁହେଁ, ଦୁଇ ନିବୁଜ‌ କୋଠରିରୁ ଟନ ଟନ୍‌ ଥାକମରା ରୁପା ଇଟା ମିଳିଥିଲା। ସେତେବେଳେ ଏମାର ମଠର ଏ ରହସ୍ୟମୟ […]

ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇଛନ୍ତି। କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆନ୍ୟମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ […]

Social media & sharing icons powered by UltimatelySocial