କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋଟିସ ଦେଲେ ନିର୍ବାଚନ ଆୟୋଗ। ନିର୍ଦ୍ଧାରିତ ସମୟ ମଧ୍ୟରେ ଇମ୍ରାନ ଖାନ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ରେ ଆଭ୍ୟନ୍ତରୀଣ ନିର୍ବାଚନ କରିନଥିବାରୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଡନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିର୍ବାଚନ କମିଶନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ନିର୍ବାଚନ ଅଧିନିୟମ, ୨୦୧୭ […]

ଜେନେଭା: କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଆଜି କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କଲାଣି। ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ […]

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇର ଜେବେଲ ଅଲି ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ରହୁଥିବା ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ମିଳିଥିବା ସୂଚନା ମୁତାବକ ଜେବେଲ ଅଲି ବନ୍ଦରରେ ରଖାଯାଇଥିବା ଏକ ଜାହାଜରେ ଥିବା କଣ୍ଟେନରରେ ଏହି ବିସ୍ଫୋରଣ ହୋଇଥିଲା। ଦୁବାଇ ମିଡିଆ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି […]

ବେଜିଂ : ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ନିଜ ଦେଶ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେମାନେ ମହାକାଶରେ ନିର୍ମାଣାଧୀନ ଚୀନର ନୂଆ ସ୍ପେଶ ଷ୍ଟେସନରୁ ବାହାରି ସେମାନେ ଏହି ପଦଚାରଣା କରିଛନ୍ତି। ଚୀନର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଏହି ଦୁଇ ମହାକାଶଚାରୀ ଲିଉ ବୋମିଙ୍ଗ ଓ ତାଙ୍ଗ ହୋଙ୍ଗବୋ ଚୀନ ମହାକାଶ କେନ୍ଦ୍ରରୁ ବାହାରକୁ ବାହାରି ଏକ ୫୦ ଫୁଟ […]

ମୁକାବିଲା ପାଇଁ ଗୋପନ ପ୍ରସ୍ତୁତି ଆରମ୍ଭ କଲେ ଆମେରିକା, ଜାପାନ ଟୋକିଓ : ପୂର୍ବ ଏସିଆର କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ତାଇଓ୍ବାନକୁ ଚୀନ ବଳପୂର୍ବକ ଅଧିକାର କରିନେବାର ଆଶଙ୍କା ଦିନକୁ ଦିନ ବଢିଚାଲିଛି। ଚୀନର କାର୍ୟ୍ୟକଳାପରୁ ଜଣାପଡୁଛି ଯେ ଚୀନ ଯେକୌଣସି ସମୟରେ ତାଇଓ୍ବାନକୁ ଅଧିକାର କରିବାକୁ ସାମରିକ ଅଭିଯାନ ଆରମ୍ଭ କରିପାରେ। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନର ମିତ୍ର ରାଷ୍ଟ୍ର ଜାପାନ ଓ ଆମେରିକା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। […]

ବ୍ରିଟିଶ ଯୁଦ୍ଧ ଜାହାଜକୁ ଘେରିଲେ ଋଷୀୟ ଲଢୁଆ ବିମାନ, ଯୁଦ୍ଧ ଜାହାଜ ମସ୍କୋ : କୃଷ୍ଣ ସାଗର ଅଞ୍ଚଳରେ ଋଷିଆ ଓ ନ୍ୟାଟୋ ମଧ୍ୟରେ ଉତ୍ତେଜନା ହଠାତ ବଢିଯାଇଛି। ଆଜି ନ୍ୟାଟୋ ସଦସ୍ୟ ଦେଶ ତଥା ଆମେରିକାର ସହଯୋଗୀ ବ୍ରିଟେନର ଏକ ଯୁଦ୍ଧ ଜାହାଜ କୃଷ୍ଣ ସାଗରରେ ପ୍ରବେଶ କରି ଋଷିଆର ଜଳସୀମା ଉଲ୍ଲଙ୍ଘନ କରିବା ପରେ ଋଷିଆ ଯୁଦ୍ଧ ବିମାନରୁ ବୋମା ପକାଇ ବ୍ରିଟେନକୁ ସତର୍କ କରାଇଦେଇଛି। ଏହା […]

ସମଗ୍ର ବ୍ୟାଙ୍କକକୁ ହେଉଛି ଦୃଶ୍ୟମାନ ବ୍ୟାଙ୍କକ: ଥାଇ ମନ୍ଦିର ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ମୂର୍ତ୍ତି ନିର୍ମାଣ କରିଛି। ଯାହାକି ସମଗ୍ର ବ୍ୟାଙ୍କକକୁ ଦୃଶ୍ୟମାନ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଙ୍କକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ […]

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ହୁଆ ହୀନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏକ ବିଶାଳ ହାତୀ ଖାଦ୍ୟ ଖୋଜିଖୋଜି ଘର ଭାଙ୍ଗି ରୋଷେଇ ଘରେ ଆସି ପସିଥିବା ଦେଖିବାକୁ ମିଳିଛି। ଘର ମାଲିକ ଏହି ଘଟଣାର ଫଟୋ ଫେସବୁକରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ସେ ଏହି ପୋଷ୍ଟ କରି ଲେଖିଥିଲେ, ‘ତୁମେ ପ୍ରତିଦିନ ଆସି ପାରିବ!’ ଘର ମାଲିକ ରାଚାଦାୱନ ଫୁଙ୍ଗପ୍ରାସୋପ୍ରୋନଙ୍କ କହିବାନୁସାରେ, ରବିବାର ରାତି […]

ନୂଆଦିଲ୍ଲୀ: ଚୀନରେ ବିସ୍ଫୋରଣ। ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୮ଜଣ ଆହତ ହୋଇଛନ୍ତି। ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି। ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ […]

ବେଜିଂ : ଚୀନ ସରକାରଙ୍କ ଦାବି ସତ୍ତ୍ବେ ଏହି ଦେଶରୁ ଯେ କରୋନା ଭୁତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ଦକ୍ଷିଣ ଚୀନର ଗ୍ବାଙ୍ଗଡଙ୍ଗ ରାଜ୍ୟର ରାଜଧାନୀ ଗ୍ବାଙ୍ଗଝୋ ସହରରେ ପୁଣି କରେନା ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ଲକଡାଉନ ଲାଗୁ କରାଯ଼ାଇଛି। ଏହା ସହିତ ଗତ କିଛି ଦିନ ମଧ୍ୟରେ ସହରର ସମଗ୍ର ୧କୋଟି ୮୦ ଲକ୍ଷ ଜନତାଙ୍କ […]

Social media & sharing icons powered by UltimatelySocial