କାବୁଲ୍‌: ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ବୁଧବାର ଦିନ ତାଲିବାନ୍ ସୂଚନା ଦେଇଛି। ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ସୂଚନା ମିଳୁଥିବା କଥା ‘ଟୋଲୋ ନିଉଜ୍‌’ ରିପୋର୍ଟ କରିଛି। ‘ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ […]

ରାଉରକେଲା : ଓପିଟିସିଏଲ ଗ୍ରିଡରୁ ଚୋରି କରିବା ଦୁଇ ଚୋରକୁ ମହଙ୍ଗା ପଡ଼ିଛି। ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଚୋର ଜଳି ଯାଇଛନ୍ତି। ଦୁହିଁଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁହେଁ ହେଲେ ଉଦିତନଗର ଶୀତଳପଡ଼ାର ଚିକୁ ଚୌଧୁରୀ ଓ ବାସନ୍ତି ମାଲଗୋଦାମର ପିଣ୍ଟୁ ରାମ। ଅନ୍ୟ ଛଅ ଚୋର ଅଳ୍ପକେ […]

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ। ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ। ଏହାପରେ […]

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା କୋଟିଆ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ରୁଜୁ ମୋକଦ୍ଦମାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ୬ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜନୈତିକ ସମାଧାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ରାଜନୈତିକ ସମାଧାନର ରୂପରେଖ କ’ଣ ହେବ, ସେ ନେଇ ସୁପ୍ରିମକୋର୍ଟ କୌଣସି ସ୍ପଷ୍ଟ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଥିବାରୁ […]

ତାଲିବାନ କବ୍‌ଜାରେ ଆମେରିକୀୟ ବନ୍ଧୁକ ଓ ସାମରିକ ଯାନ କାବୁଲ: ଆଫଗାନ୍‌ ମାଟିରୁ ଆମେରିକାର ବିଦାୟ ସହିତ ସଂପୂର୍ଣ୍ଣ ବିଜୟ ଘୋଷଣା କରିଥିବା ତାଲିବାନ ଏବେ ଆମେରିକା ଅସ୍ତ୍ରରେ ହିଁ ବଳୀୟାନ ହୋଇଛି। ଆଫଗାନ ଛାଡ଼ିବା ପୂର୍ବରୁ ଆମେରିକା ସେନା ୭୩ଟି ବିମାନ ଅଚଳ କରିଦେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଇଛନ୍ତି। କାବୁଲ ବିମାନବନ୍ଦରରେ ଥିବା ହେଲିକପ୍ଟର ଏବଂ ଯୁଦ୍ଧାସ୍ତ୍ର ସବୁ ଆମେରିକା ଅଚଳ କରିଦେଇଛି। ଏହା ସତ୍ତ୍ୱେ […]

ରଘୁନାଥନଗରରେ ତୀବ୍ର ଉତ୍ତେଜନା, ପୁଲିସ ନାକେଦମ୍ ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରରେ ସନାତନ ରାଉତରାୟ(୨୨)ଙ୍କୁ ଚୋରା ମଦ ବେପାର କରୁଥିବା ରାଜା ଜୟସିଂହ ଓ ସେମାନଙ୍କ ସଂପର୍କୀୟମାନେ ମିଶି ନୃଶଂସ ଭାବେ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ପୁଣିଥରେ ରାଜାର ପରିବାର ସ୍ଥାନୀୟ ସ୍କୁଲ ପଡ଼ିଆ ନିକଟରେ ମଦର ପସରା ମେଲାଇଥିବା ଦେଖି ଏହା ବିସ୍ଫୋରକ ରୂପ […]

ଭୁବନେଶ୍ବର: ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏପରିକି ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଛି। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ରହିବେ। ଆଜି ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି, ଡିସିପି ଓ […]

ପୂର୍ଣ୍ଣ ସ୍ବାଧୀନତା ଘୋଷଣା କଲା ତାଲିବାନ, ବିମାନବନ୍ଦର ରନ୍‌ୱେରେ ଶୀର୍ଷ ତାଲିବାନ ନେତାଙ୍କ ସମାବେଶ କାବୁଲ: ତାଲିବାନ ସହିତ ଦୀର୍ଘ ୨୦ ବର୍ଷର ଲମ୍ବା ଲଢ଼େଇ ପରେ ଆମେରିକା ଆଫଗାନିସ୍ତାନରୁ ବିଦାୟ ନେଇଛି। ଗୋଟିଏ ପଟେ ଆମେରିକାର ପରାଜୟ ଓ ଅନ୍ୟପଟେ ତାଲିବାନର ବିସ୍ମୟକର ଅଭ୍ୟୁଦୟ ବିଶ୍ବବ୍ୟାପୀ ଆଲୋଡ଼ନ ଆଣିଛି। କାବୁଲ ବିମାନ ବନ୍ଦରକୁ ନିୟନ୍ତ୍ରଣରେ ରଖି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଆମେରିକା ଗତରାତିରେ ସବୁ ପ୍ରକ୍ରିୟା ଶେଷ କରି […]

ଭୁବନେଶ୍ବର: ଓଡ଼ିଶାର ଡକ୍ୟୁମେଣ୍ଟାରି ‘ଦି ମାଉଣ୍ଟେନ୍‌ ହକି’ର ପ୍ରିମିୟର ଜର୍ମାନୀ, ସ୍ପେନ୍‌ ଓ ଦୁବାଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ଓ ଅକ୍ଟୋବରରେ ବିଶ୍ବସ୍ତରରେ ପ୍ରିମିୟର ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରିର ଦାୟିତ୍ବ ବହନ କରିଛନ୍ତି ଆନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଅବିନାଶ ପ୍ରଧାନ ଓ ଦେବଶିଷ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରିରେ ପ୍ରାଯୋଜନା ସିନେପିନର୍ ପ୍ରଡକ୍ସନ୍ସର ରାଜକିଶୋର ହୋତା ତୁଲାଇଛନ୍ତି। ୟୁଏଲ୍‌ବି ଫିଲ୍ମସ୍‌ ବିଶ୍ୱସ୍ତରରେ ପ୍ରଚାର […]

ସୁରକ୍ଷା ଦାୟିତ୍ବରେ ୧୨୦ ଜଣ ଅଫିସର ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥର ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳର ବୈଠକ […]

Social media & sharing icons powered by UltimatelySocial