ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ପରିସ୍ଥିତି ହେତୁ ନିୟମିତ ଚଳାଚଳ ପାଇଁ ନିର୍ଦ୍ଧାରିତ ହୋଇଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶକୁ ରବିବାର ଦିନ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍‌’ଦ୍ବାରା (ଡିଜିସିଏ) ଜାରି ଏହି ସଦ୍ୟତମ ‘ସର୍କ୍ୟୁଲାର୍‌’ କିନ୍ତୁ, ‘ରେଗୁଲେଟର୍‌’ଙ୍କଦ୍ବାରା ଅନୁମୋଦିତ ଆନ୍ତର୍ଜାତିକ ପଣ୍ୟବାହୀ ବିମାନ ଚଳାଚଳ ପୂର୍ବ ଭଳି ଚାଲୁ ରଖିବାକୁ ଅନୁମତି ଦେଇଛି। ‘ଡିଜିସିଏ’ ଆହୁରି ମଧ୍ୟ କହିଛି […]

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ରବିବାର ସକାଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସୋନପୁର ଜିଲ୍ଲା ବିନିକା ସେତୁ ଛକ ନିକଟରେ ପୁର୍ବରୁ ଖବରପାଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ରାସ୍ତାରେ ଯାଉଥିବା ବିଡିଓଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ୩ ଶହ ଟଙ୍କା ଜବତ କରିଥିବାର ଜଣାଯାଇଛି। ବିଜେପୁର ବିଡିଓ ୩ […]

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ର ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ […]

ଆଜି ରାଜଧାନୀରେ ଆଉ ୨୧୩ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଖୁବ୍‌ଶୀଘ୍ର କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଛି। ଏଥିରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହେବା ନେଇ କୁହାଯାଉଛି। ସେଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୃତୀୟ ଲହର ପାଇଁ ବିଏମ୍‌ସି ମଧ୍ୟ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କୋଭିଡର ତୃତୀୟ ଲହର ପାଇଁ […]

ଭୁବନେଶ୍ୱର: ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବରେ ଥିବା ରାସ୍ତା ଦୁଇଥାକିଆ ହେବ। ଏଥିପାଇଁ ଆଜି ଏହି ରାସ୍ତାରୁ ଜବରଦଖଲ ହଟାଯାଇଛି। ଗାଡ଼କଣ ଏବଂ ଚକେଇସିହାଣି ମୌଜାରେ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ୧୯ଟି ବସ୍ତି ଘର, ଦୁଇଟି ଟିଣ ଛପର ଏକ୍ସଟେନ୍‌ସନ୍‌ ଓ ଗୋଟିଏ ଗ୍ୟାରେଜ୍‌ ଭାଙ୍ଗି ଦିଆଯାଇଛି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ପ୍ରମୋଦ ପାତ୍ର, ଲିଆସନ୍‌ ଅଫିସର୍‌ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ମଞ୍ଚେଶ୍ବର […]

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ଟୋକନ ମିଳିବାରେ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି। ଟୋକନ ବଣ୍ଟନ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥା ରୋଗୀମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମଳୁଛି। ଉକ୍ତ ସଂସ୍ଥା ରୋଗୀର ଅବସ୍ଥା ପରଖିବା ବାହାନାରେ ମନମାନୀ କରୁଛି ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀର ଅବସ୍ଥା ସଙ୍ଗୀନ ନଥିବା ଦର୍ଶାଇ ଟୋକନ ଦେଉନାହିଁ ଓ […]

ପୂଜାପର୍ବାଣି ବେଳାରେ ଅଧିକ ଜନଗହଳି ନ ହେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ନୂଆଦିଲ୍ଲୀ: କେତେକ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଜି ଗୃହମନ୍ତ୍ରାଳୟ ସ୍ଥିତାବସ୍ଥାରେ ଥିବା କରୋନାଭାଇରସ୍ ମହାମାରୀ ‘କଣ୍ଟେନ୍‌ମେଣ୍ଟ୍‌ ଗାଇଡ୍‌ଲାଇନ୍‌’କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉପରୋକ୍ତ କୋଭିଡ୍‌-୧୯ କଟକଣା ଜୁନ୍‌ ୨୯ରେ ଜାରି ହୋଇଥିଲା ଏବଂ ପୁନର୍ବାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାହାକୁ ବଳବତ୍ତର ରଖିବା ଲାଗି ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]

ନୂଆଦିଲ୍ଲୀ: ଆଜି ଚେନ୍ନାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବଦେଶ ନିର୍ମିତ ଭାରତୀୟ ତଟ ରକ୍ଷୀ ପୋତ ‘ବିଗ୍ରହ’କୁ ନୌସେନାରେ ସାମିଲ କରିଛନ୍ତି। ଚେନ୍ନାଇରେ ଉକ୍ତ ପୋତର ସାମିଲ ଉତ୍ସବରେ ରାଜନାଥ ସିଂହ କହିଲେ, ‘ବିଗ୍ରହ’ ଆମ ଦେଶର ତଟବର୍ତ୍ତୀ ସୀମାନ୍ତର ଗୋଟାଏ ସଫଳ ପ୍ରହରୀ ହେବ ବୋଲି ମୋର ବିଶ୍ବାସ। ଆମ ଶାସ୍ତ୍ରରେ ‘ବିଗ୍ରହ’ ଶବ୍ଦର ଅତି ସୁନ୍ଦର ବ୍ୟାଖ୍ୟାନ ସବୁ ରହିଛି। ଗୋଟିକରେ ଏହାର ଅର୍ଥ ‘ସମସ୍ତ […]

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ। ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ […]

ଦେବଗଡ଼: ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଉ କରି ଦେଶୀ ବୋମା ଓ ୨ ବନ୍ଧୁ ଜବତ କରିଛି। ଉକ୍ତ ଘଟଣାରେ ପଥୁରିଆନାଳି ଗ୍ରାମର କରୁଣା ଖୁଣ୍ଟିଆ ଓ ମେଞ୍ଜାରିବାହାଳ ଗ୍ରାମର ସୁଦନ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଓ ବେଆଇନ ବୋମା ଏବଂ […]

Social media & sharing icons powered by UltimatelySocial