ସାମ୍ବାଦିକ ଶୁଜାତ୍‌ ବୁଖାରିଙ୍କ ଆତତାୟୀଙ୍କ ଫଟୋ ରିଲିଜ୍‌ କଲା କଶ୍ମୀର ପୁଲିସ

ଶ୍ରୀନଗର: ବିଳମ୍ବିତ ରାତ୍ରୀରେ ଜମ୍ମୁ ଓ କଶ୍ମୀର ପୁଲିସ ରିଲିଜ୍‌ କରିଛି ବାଇକ୍‌ ଚଢ଼ି ଯାଉଥିବା ତିନି ଜଣ ବ୍ୟକ୍ତିଙ୍କର ଦୁଇଟି ଚିତ୍ର। ଏମାନେ ‘ରାଇଜିଙ୍ଗ୍‌ କଶ୍ମୀର’ର ସମ୍ପାଦକ ଶୁଜାତ୍‌ ବୁଖାରିଙ୍କର ଆତତାୟୀ ବୋଲି ସନ୍ଦେହ କରାଯାଉଛି। ଏମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଜନସାଧାରଣଙ୍କ ସହାୟତା ଚାହୁଁଛି।

ପୁଲିସ କହିଛି: ତିନି ଜଣ ଆତଙ୍କବାଦୀ ସିସିଟିଭି କ୍ୟାମେରାରେ ଧରାପଡ଼ିଛନ୍ତି। ଦୁଇଟି ଚିତ୍ରରେ ଦେଖାଯାଉଛି ତିନି ଜଣ ଲୋକ ଏକ ମୋଟର୍‌ସାଇକେଲ୍‌ ଚଢ଼ି ଯାଉଛନ୍ତି। ଆକ୍ରମଣକାରୀମାନେ ସେମାନଙ୍କ ମୁହଁ ଢାଙ୍କି ଦେଇଛନ୍ତି। ବିଳମ୍ବିତ ରାତ୍ରୀରେ ଚିତ୍ର ରିଲିଜ୍‌ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ପୁଲିସ ଜନସାଧାରଣଙ୍କ ସହାୟତା ଚାହିଁଛି। ଏକ ବିବୃତିରେ ପୁଲିସ କହିଛି: ଆଜି ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଉଦ୍ଦେଶ୍ୟରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସର୍ବସାଧାରଣଙ୍କ ସହାୟତା ପାଇଁ ଅନୁରୋଧ କରୁଛି। ସନ୍ଦିଗ୍ଧମାନଙ୍କ ସମ୍ପନ୍ଧରେ ସୂଚନା ଦେବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀର ମଧ୍ୟସ୍ଥଳ ଲାଲ୍‌ଚୌକ୍‌ରେ ଆତଙ୍କବାଦୀମାନେ ଶୁଜାତ୍‌ ବୁଖାରି ଏବଂ ତାଙ୍କର ଦୁଇ ଜଣ ପର୍ସନାଲ୍‌ ସିକ୍ୟୁରିଟି ଅଫିସର୍‌ଙ୍କୁ ଖବରକାଗଜ ଅଫିସ ବାହାରେ ଗୁଳି ମାରି ହତ୍ୟା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Fri Jun 15 , 2018
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମାଓପ୍ରବଣ ଭେଜାଙ୍ଗିବାଡ଼ା ଗ୍ରାମର ଜଣେ ନାବାଳିକା (୧୫ବର୍ଷ)କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ସଂଧ୍ୟାରେ ଘର ଠାରୁ ଅଳ୍ପ ଦୂରରେ ଶବ ଠାବ୍‌ କରାଯାଇଥିଲା। ଆଜି ସକାଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଘଟଣା ସ୍ଥଳରୁ କୌଣସି ସୁରାକ ପାଇ ନାହିଁ। ତେବେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ପ୍ରଥମେ ନାବାଳିକା ସହ ଦୁଷ୍କର୍ମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial