ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପୁଅକୁ ମାରି ଦେଲା ନାବାଳକ ସ୍ୱାମୀ। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ଅଭିଯୁକ୍ତକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ତା’ର ଦୁଇ ମାସର ପୁଅକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତା’ ସ୍ତ୍ରୀ ବି ନାବାଳିକା। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ଅଭିଯୁକ୍ତର ତା’ ସ୍ତ୍ରୀ ଉପରେ ସନ୍ଦେହ ଥିଲା। […]
ରାଜଧାନୀ ପରିବେଶ ପ୍ରତି ବଡ଼ ବିପଦ, ଗୁରୁତର ସହ ନେଉନି ବିଏମ୍ସି ଭୁବନେଶ୍ୱର: ରାଜଧାନୀରେ ଦିନକୁ ବାହାରୁଛି ପାଖାପାଖି ୬୦୦ ଟନ୍ କଠିନ ବର୍ଜ୍ୟବସ୍ତୁ। ସେଥିରେ ପ୍ଲାଷ୍ଟିକ୍ ବର୍ଜ୍ୟର ପରିମାଣ ୩୫ ଟନ୍ରୁ ଅଧିକ। ପ୍ଲାଷ୍ଟିକ୍ ବର୍ଜ୍ୟ ପରିବେଶ ପାଇଁ ସାଂଘାତିକ କ୍ଷତିକାରକ। ନିୟମ କହୁଛି, ଏଗୁଡ଼ିକୁ ଅଲଗା କରି ରିସାଇକ୍ଲିଂ କରିବା ଓ ଏହାର ବ୍ୟବହାରକୁ ପ୍ରୋତ୍ସାହିତ ନ କରିବା। କିନ୍ତୁ ବିଏମ୍ସି ଏହାକୁ ଏ ଯାଏଁ ଗୁରୁତର […]
ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସର ନାବାଳିକାଙ୍କ ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଛି ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ସ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆଇନରେ ପରିବର୍ତ୍ତନ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା । ଏହା ପରେ […]
ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର୍ କହିଛନ୍ତି ଯେ ଭାରତ ଭଳି ବଡ଼ ଦେଶରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରିବା ଅନୁଚିତ। ସେ କହିଛନ୍ତି: ଏ ଭଳି ଘଟଣା ଦୁଃଖଦାୟକ। ସେ ଯାହାହେଉ, ବେଳେ ବେଳେ ସେ ସବୁକୁ ରୋକି ହୁଏ ନାହିଁ। ସରକାର ସବୁଆଡ଼େ ଜାଗ୍ରତ, ତଦନ୍ତ ଚାଲିଛି। ଭାରତ ଭଳି ଏ ବଡ଼ ରାଷ୍ଟ୍ରରେ ଗୋଟିଏ ବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦ତାରିଖରେ ନାବାଳିକା ଜଣକ ପାଖ ଗାଁକୁ ହନୁମାନ ଯଜ୍ଞ ଦେଖିବାକୁ ଯାଇଥିଲେ। ସେ ସମୟରେ ତାଙ୍କୁ ଏକୁଟିଆ ପାଇ ୧୪ ବର୍ଷୀୟ ନାବାଳକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]
ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଉଛି। ତେବେ ଏହି ନିର୍ମାଣଧିନ ଗୁରୁପ୍ରିୟା ସେତୁକୁ ନଷ୍ଟ କରିବା ପାଇଁ ମାଓବାଦୀଙ୍କ ଟାର୍ଗେଟରେ ରହିଛି ଏବଂ ଏବେ ଗୁରୁପ୍ରିୟା ସେତୁ ଅଞ୍ଚଳରେ ମାଓବାଦୀମାନେଙ୍କ ଚଳପ୍ରଚଳ କରୁଥିବା ଟିକିନିଖି କାର୍ଯ୍ୟ ଉପରେ ନଜର ରଖୁଥିବା ନେଇ ଗୁଇନ୍ଦାବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳରେ ହାଇ ଅଲର୍ଟ […]
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଛକରେ ଥିବା ଏକ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଚୋରମାନେ ବ୍ୟାଙ୍କରେ ପଶିଥିଲେ ସୁଦ୍ଧା କୌଣସି ସାମଗ୍ରୀ କି ଟଙ୍କା ଚୋରି କରିପାରି ନାହାନ୍ତି। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗଜପତିନଗର ଛକରେ ଥିବା ଏକ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଏସ୍ବିଆଇର ଖୋଡ଼ାସିଙ୍ଗି […]
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏକ ହାତୀ ଆଖପାଖ ଅଞ୍ଚଳରେ ବୁଲୁଛି। ତା’ ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ […]
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉଇଲଗା ଜଙ୍ଗଲରେ ଥିବାଏକ ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ମୃତଦେହ ଝୁଲୁଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ଓଆର ୦୨ ବି ଇ ୪୭୦୯ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରହିଛି। ସେହିିପରି ନିକଟରେ ଏକ ବ୍ୟାଗ୍ ମଧ୍ୟ ପଡ଼ିଛି। ଯୁବକ ଜଣକ ସୁନ୍ଦରଗଡ଼ […]
ବର୍ଲିନ୍: ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜର୍ମାନ୍ ଚାନ୍ସେଲର୍ ଆଞ୍ଜେଲା ମର୍କେଲ୍ଙ୍କ ସହ ତାଙ୍କର ସାକ୍ଷାତ୍କାର ଥିଲା ଅତି ଚମତ୍କାର। ଦ୍ୱିପାକ୍ଷିକ ସହଯୋଗ ବିଭିନ୍ନ ଦିଗ ଏବଂ ବିଶ୍ୱ ସମସ୍ୟା ଉପରେ ଉଭୟେ ଆଲୋଚନା କରିଛନ୍ତି। ଇଂଲଣ୍ଡ୍ ଗସ୍ତ ପରେ ପରେ ବର୍ଲିନ୍ ଠାରେ ସଂକ୍ଷିପ୍ତ ରହଣି ସମୟରେ ମୋଦି ମର୍କେଲ୍ଙ୍କୁ ସାକ୍ଷାତ୍ କରିଥିଲେ। ଏହା ଥିଲା ମୋଦିଙ୍କ ତ୍ରି-ରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ […]