ଭୁବନେଶ୍ବର: ପ୍ରଦୂଷଣ ରୋକିବା ସହ ସହରବାସୀଙ୍କୁ ସାଇକେଲ୍ ଅଭ୍ୟସ୍ତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏମ୍ସିଏଲ୍) ‘ମୋ’ ସାଇକେଲ୍’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଏକଦା ଦିନକୁ ୩୦୦ ସାଇକେଲ୍ ବ୍ୟବହାର ହେଉଥିବା ବେଳେ, ଏବେ ଏହାର ବ୍ୟବହାର ସଂଖ୍ୟା ଶୂନକୁ ଆସିଯାଇଛି। ଠିକ୍ ସେହିଭଳି ୭ ବର୍ଷ ତଳେ ବିଏମ୍ସିକୁ ଦାନସୂତ୍ରରେ ମିଳିଥିବା ୨୦୦ ସାଇକେଲ୍ ମଧ୍ୟ ଖତ ଖାଉଛି। ସେ ସବୁକୁ ମରାମତି କରି ବାଣ୍ଟି […]
ରାଜ୍ୟ
ଉପକୃତ ହେବେ ଝାରବନ୍ଧ, ପାଇକମାଳ ବ୍ଲକ୍ର ଜନସାଧାରଣ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି–ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ […]
ଭୁବନେଶ୍ୱର : ଏକାଧିକ ମାମଲାରେ ଛନ୍ଦି ହୋଇଥିବା ବିଜେବି କଲେଜ ଛାତ୍ର ସଂସଦର ପୂର୍ବତନ ସଂପାଦକ ସ୍ମୃତି ରଞ୍ଜନ ପଣ୍ଡାଙ୍କୁ ଗତକାଲି ରାତିରେ ଗିରଫ କରିଛି ବଡ଼ଗଡ଼ ପୋଲିସ। ଗିରଫଦାରୀକୁ ବିରୋଧ କରି ସ୍ମୃତିଙ୍କ ସମର୍ଥନରେ କିଛି ଛାତ୍ରଛାତ୍ରୀ ଆଜି କଲେଜ ଆଗରେ ବିକ୍ଷୋଭ କରିଛନ୍ତି। ଦିନ ପ୍ରାୟ ୧୨ଟା ବେଳେ ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲା ପକାଇ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତାକୁ ବନ୍ଦ କରି ଦେଇଥିଲେ। […]
ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ବ୍ରିଜ ନିକଟରେ ଦୁଇଟି କୋଇଲା ବୋଝେଇ ହାଇୱା ମୁହାମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ହାଇୱା (ଓଡି ୧୬ଏଫ୍-୩୬୧୧) ଡ୍ରାଇଭରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇ ଷ୍ଟେରିଙ୍ଗରେ ଫସି ରହିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅନ୍ୟ ହାଇୱା ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି […]
ଚନ୍ଦ୍ରଶେଖରପୁର: ପୂର୍ବାହ୍ନ ୧୧ଟା ହେବ। ଓମ୍ଫେଡ୍ ଛକ ଆକାଶରେ ଘୋଟି ଯାଇଥିଲା କଳାଧୂଆଁ। କେହି କିଛି ବୁଝିବା ପୂର୍ବରୁ ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ରେଳ ସଦନ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଧୂଆ ମାଡ଼ି ଯାଇଥିଲା। କଳାଧୂଆଁର ଆସ୍ତରଣ ଦେଖି ଲୋକେ ଭୟଭୀତ ହେବା ସହ କେଉଁଠି ନିଆଁ ଲାଗିଲା ତାହା ଜାଣିବାକୁ ଧାଇଁଥିଲେ। ବୁଝିବାରୁ ଜଣାପଡ଼ିଲା ଯେ ଓମ୍ଫେଡ୍ ଛକ ନିକଟରେ ଥିବା ପୁରୁଣା ଓମ୍ଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ […]
ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତିକୁ ବିଧାନସଭାରେ ଆସିଲା ସାଙ୍ଘାତିକ ଉତ୍ତର। ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ଲାଗି ବ୍ୟୟ ବରାଦ ଥିଲା ୨୧୭ କୋଟି। ବର୍ତ୍ତମାନ ପ୍ରକଳ୍ପ ମୂଲ୍ୟ ବଢି ୫୨୫୯ କୋଟିରେ ପହଁଚିଥିବା ବେଳେ ୨୦୨୩-୨୪ ରେ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆନନ୍ଦପୁର ସମ୍ୱନିତ ପ୍ରକଳ୍ପ ୨୦୦୫-୦୬ ରେ ଆରମ୍ଭ ହୋଇଥିବା ବେଳେ […]
ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼-ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼–ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ […]
କୋଶଳୀ ଓ ଓଡ଼ିଆ ଭାଷାରେ ବିବୃତି ରଖି ସମର୍ଥନ ଜଣାଇଲେ ନରସିଂହ ମିଶ୍ର ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର,୬୨୦ଇ.ଏମ. […]
ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। ଠିକ୍ ସେହିପରି କଂଗ୍ରେସ ପକ୍ଷରୁ ବି ତାଙ୍କୁ ସମର୍ଥନ ଦିଆଯାଇଥିଲା। ଏହାପରେ ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ବକ୍ତବ୍ୟ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ […]
ବାରିପଦା: ଭାରତର ପ୍ରଥମ ନାଗରିକ ମୟୂରଭଞ୍ଜ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଥର ପାଇଁ ନିଜ ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ […]