କଟକ: କେତେକ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବାରୁ ସେମାନେ ଜାମିନରେ ଜେଲରୁ ମୁକୁଳି ପାରି ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜାମିନ ସର୍ତ୍ତ ପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ହାଇକୋର୍ଟ ଜବାବ […]

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ସୁଧ କାରବାରକୁ ନେଇ ଏକ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ୨ଜଣ ଗୁରୁତର ହୋଇଥିଲେ। ଉଭୟେ ହେଲେ ଶଶୁର ଓ ବୋହୂ। ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଁରେ […]

ଭୁବନେଶ୍ୱର: ରାଜଧାନୀର ବଡଗଡ଼ ଥାନା ଅଧୀନ ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଉଛନ୍ତି ଜଗଦଳପୁର ଡେଲାଙ୍ଗର ସରୋଜିନୀ ସୁନ୍ଦରାୟ।୨୧ ବର୍ଷୀୟା ଏହି ଯୁବତୀ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଝିଅଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ତାଙ୍କ ପରିବାର ପହଞ୍ଚିଛନ୍ତି।ପରିବାରର ବିନା ଅନୁମତିରେ କାହିଁକି ହଷ୍ଟେଲ କବାଟ ଭଙ୍ଗାଗଲା ବୋଲି ପରିବାରଲୋକ ପ୍ରଶ୍ନ ଉଠାଇଛନ୍ତି। ଓକିଲ ଅଭିଯୋଗକରିଛନ୍ତି ଯେ ଏକାଧିକ ଯୁବତୀଙ୍କୁ […]

ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣା‌ରେ ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ। ୧୭ ଜଣ ସାକ୍ଷୀ, ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର।ନାବାଳିକାଙ୍କୁ ଦୁଷ୍କର୍ମ […]

ବାଲେଶ୍ଵର: ବିଗତ କିଛି ଦିନ ହେବ ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ମନ୍ଦିର ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ଵର ପୁଲିସ ଘଟଣାର ପର୍ଦ୍ଦାଫାଶ କରିଛି। ଜିଲ୍ଲାର ବିଭିନ୍ନ ଫାଣ୍ଡିରେ କେସ ରେଜିଷ୍ଟର ପରେ ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସଦର ଏସ.ଡି.ପିଓଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଗ୍ୟାଙ୍ଗକୁ ବାଲେଶ୍ୱର ପୁଲିସ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ସମସ୍ତ […]

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋରଚେଲି, ଲେଣ୍ଡ୍ରା ଜଙ୍ଗଲରେ ମାଓବାଦୀଙ୍କ ଗଙ୍ଗାଲୁର ଏରିଆ ମାଓ ସଂଗଠନ ଏବଂ ଯବାନଙ୍କ ମଧ୍ୟର ଗୁଳିବିନିମୟ ହୋଇଥିଲା। ଗତ ମଙ୍ଗଳବାର ଦିନ ଘଟିଥିବା ଏହି ଗୁଳିବିନିମୟରେ ୧୩ଜଣ ମାଓବାଦୀ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସମସ୍ତ ମୃତ ମାଓବାଦୀଙ୍କ ପାଖରୁ ବହୁ ମାଓ ସାମଗ୍ରୀ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ଯବାନ।ତେବେ ମୃତ ମାଓବାଦୀଙ୍କ ମଧ୍ୟରୁ ୫ ଜଣ ମାଓବାଦୀ ଚିହ୍ନଟ କରାଯାଇଥିଲା, ଯେଉଁଥିରେ […]

ନୂଆଦିଲ୍ଲୀ: ବୟାନ ରେକର୍ଡ ବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍। ରୁଜୁ ହେଲା ଏତଲା।ମାର୍ଚ୍ଚ ୩୦ରେ ରାଜସ୍ଥାନରେ ଏହି ଘଟଣା ଘଟିଥିଲା। ଗଣଦୁଷ୍କର୍ମର ଶିକାର ହେବା ପ‌ରେ ପୀଡ଼ିତା ବୟାନ ରେକର୍ଡ କରିବାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଜଣକ […]

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅତିକ ଓ ଅସରଫ ଫେରାର ଥିବା ବେଳେ ପୁଲିସ ତାଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା। ଏଥିସହିତ ଗତବର୍ଷ ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟା ଘଟଣାରେ ଅତିକର ଦୁଇଜଣ ପୁଅ ଅଲି ଓ ଉମର ଉପରେ ବି ପୁଲିସ ପୁରସ୍କାର ରାଶି ଘୋଷଣା କରିଥିଲା। ଅଲି […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା। ସୂଚନା ଅନୁସାରେ ଦିଲୀପ ନିଜ ଚା’ ଦୋକାନ ସମ୍ମୁଖରେ ସଫା କରୁଥିଲେ। ଏହି ସମୟରେ ଏକ ଦାମୀ କାର୍‌ (ଓଡି ୩୩ଏକେ ୬୮୮୮) ଦିଲୀପଙ୍କ ଉପରେ ମାଡି ଆସିଥିଲା। ଦିଲୀପ […]

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ। ସମସ୍ତ ଟ୍ରକରେ ଲୁହାଛଡ଼ ରହିଥିଲା। ନିଆଁ ଲାଗି ଟ୍ରକଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିାବାକୁ ମିଳିଛି। ଏହି ଅଂଚଳରେ ଅମଦାଇ ମାଇନସ୍ […]

Social media & sharing icons powered by UltimatelySocial