ଅରିନ୍ଦମ ଡାକୁଆଙ୍କୁ କଟକ, ଅନୁପମ ଶାହଙ୍କୁ ଜଗତସିଂହପୁରରେ ଜିଲ୍ଲାପାଳ ନିଯୁକ୍ତି ଭୁବନେଶ୍ୱର ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ […]

ଭୁବନେଶ୍ୱର : ଆଜି ବିଜେଡି ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏଥିରେ ଭୁବନେଶ୍ୱର ମଧ୍ୟ ଆସନ ନାହିଁ। ବଡ଼କଥା ହେଉଛି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା‌ ବେଳେ ମଧ୍ୟ ଝୁଲି ରହିଛି। ଉଭୟ ଏକାମ୍ର ଓ ଉତ୍ତରରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିବାରୁ ମଧ୍ୟରେ ମଧ୍ୟ ଅପରିବର୍ତ୍ତିତ ରହିବା ଆଶାରେ ଅନନ୍ତ ନାରାୟଣ ଜେନା(ବୁନୁ) ଉଦ୍ୟମ […]

ଭୁବନେଶ୍ୱର: ଫେସ୍‌ବୁକ, ଏକ୍ସ, ହ୍ବାଟ୍‌ସଆପ୍‌ ଅଥବା ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ମିଥ୍ୟା ଖବର ପୋଷ୍ଟ ଓ ସେୟାରକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଛାପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର, ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲାଭଳି ଖବର ପ୍ରସାରଣ ହୋଇପାରିବ ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛି କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଆଇଟି ସେଲ୍‌। ମିଥ୍ୟା‌ […]

ଭୁବନେଶ୍ୱର: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ। ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ। ଉଲ୍ଲେଖ ଥାଉ କି ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି […]

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଜଣେ ବିଦେଶୀ ନାଗରିକ ପ୍ରବେଶ କରିଛନ୍ତି। ଶନିବାର ଅପରାହ୍‌ଣରେ ବିଦେଶୀ ନାଗରିକ ଶ୍ରୀମନ୍ଦିର ଭିତରେ ବୁଲାବୁଲି କରୁଥିଲେ। ସଂପୃକ୍ତ ବିଦେଶୀ ନାଗରିକଙ୍କ ନାମ ଥୋମାସ ଓ ସେ ବ୍ରିଟେନ୍‌ ନିବାସୀ ଅଟନ୍ତି। ତାଙ୍କର ଡ୍ରାଇଭିଂ ଲା‌ଇସେନ୍ସରୁ ଏହା ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ ଥୋମାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ନୂଆ […]

ଭୁବନେଶ୍ୱର: ଦିନ ସହ ବଢ଼ୁଛି ରାତିର ତାପମାତ୍ରା। ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ […]

ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ ନନ୍ଦନକାନନରେ ଦୁନିଆର ନୂଆ […]

ରୁପ୍ରା : ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫), ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ […]

ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି।ଆଜି ତାଙ୍କର ଏକମାତ୍ର ପୁଅ ଆୟୁଷ ପାତ୍ର (୧୦) ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିଲେ। […]

ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ। ଯୋରନ୍ଦା ଗାଦିକୁ ଚାଲି […]

Social media & sharing icons powered by UltimatelySocial