ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୂର୍ଘଟଣା ଘଟାଇ ଫେରାର୍ ହେଉଥିବା ବୋଲେରୋକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ରାହୁଲ ମଣ୍ଡଳଙ୍କ ବୋଲେରୋ (ଓଆର୍୦୨ ଏଏକ୍ସ-୧୬୯୫) ରାଇରଙ୍ଗପୁରରୁ ଟେନ୍ଟପୋଷି ଯାଉଥିବା ସମୟରେ ଗୋଲେଇ ଛକ ନିକଟରେ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଉତ୍ୟକ୍ତ ଲୋକେ ଚାଳକଙ୍କୁ ମାରପିଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ବୋଲେରୋ ଚାଳକ ଗଢରାସ୍ତା ଦେଇ […]

ଜୟପୁର: ୨୦୧୭ମସିହାରେ ଟାଉନ ଥାନା ଅର୍ନ୍ତଗତ ହାନାଗୁଡାରେ ନିଜ ଭାଇକୁ ଅତ୍ୟନ୍ତ ବର୍ବୋରଚିତ ଭାବେ କରାଯାଇଥିବା ହତ୍ୟା ମାମଲାର ବିଚାର କରି ମାନ୍ୟବର ଜିଲ୍ଲାଦୌରାଜଜ୍ ତଥା ସେସନସ୍ ଜଜ୍ ସତ୍ୟନାରାୟଣ ମିଶ୍ର ଦୋଷୀ ରଇଲା ଖରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୭ମସିହା ଅଗଷ୍ଠ ୧୩ ତାରିଖ ଦିନ ଜୟପୁର ସହରର ହାନାଗୁଡା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଏବଂ ବହୁ ଚର୍ଚ୍ଚିତ ହତ୍ୟା ମାମଲା […]

ବୌଦ୍ଧ: ମଙ୍ଗଳବାର ୨ ଜଣ ହାର୍ଡକୋର୍‌ ମହିଳା ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁସାରେ କିଛିଦିନ ହେଲା ବୌଦ୍ଧ ଜିଲ୍ଲା ଶଗଡ଼ା ଫାଣ୍ଡି ଓ କଣ୍ଟାମାଳ ଥାନାର ଆଭ୍ୟନ୍ତରୀଣ ଜଙ୍ଗଲରେ କେକେବିଏନ୍ ଡିଭିଜନର ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଥିବା ବେଳେ ବୌଦ୍ଧ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲା। ତିନି ତିନି ଥର ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ମାଓବାଦୀ […]

ମେଣ୍ଢାଶାଳ: ଆଜି ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ୪ ଅପରିଚିତ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ସେହି ଗାଁର ଲିଙ୍କନ୍ ବଳିୟାରସିଂହ ଓରଫ୍‌ ବାପିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ବାପିଙ୍କ ଗୋଡ଼, ହାତ ଓ ଛାତି‌ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ସେ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଠାବ […]

ଭୁବନେଶ୍ୱର: ୧୦ ବର୍ଷ ପରେ ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ଭୁବନେଶ୍ୱର ଏଡିଜେ-୧ କୋର୍ଟ ବିଚାରପତି ଜଷ୍ଟିସ୍‌ ଦେବାଶିଷ ରାଉତ ଆସାମୀ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମାନା କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। […]

ଭଦ୍ରକ: ଏକ ହତ୍ୟାକାଣ୍ଡରେ ଜଡ଼ିତ ମା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ। ୨୦୨୦ ମସିହାରେ ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଞ୍ଚାୟତ ବଗମରା ଆଦିବାସୀ ସାହି କଟିଆ ମୁଣ୍ଡା ହତ୍ୟାକାଣ୍ଡ ମାମଲାରରେ ଏଭଳି ରାୟ ଆସିଛି। ଏହି ମାମଲାର ଦୁଇ ଅଭିଯୁକ୍ତ ସେହି ଗ୍ରାମର ବାମନ ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (୨୫) […]

ଭଦ୍ରକ: ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଇଡି ଚଢ଼ାଉ କରିଛି। ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା […]

ବାମରା: ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବାକୁ ଯାଉଥିବା ବେଳେ ବନ୍ୟପ୍ରାଣୀମାନେ ମଧ୍ୟ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ଶିକାରୀମାନଙ୍କ ନଜରରେ ରହୁଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ଓ ବାମରା ବନ ବିଭାଗର ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଦୁର୍ଲଭ ବନ୍ୟପ୍ରାଣୀକୁ ଶିକାରୀମାନେ ବାହାରକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହା […]

ନୂଆଦିଲ୍ଲୀ: ଲକ୍ଷ୍ମୌରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଏଏସପିଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ଏଏସପିଙ୍କ ନାମ ରାହୁଲ ଶ୍ରୀବାସ୍ତବ ‌ବୋଲି ଜଣାପଡ଼ିଛି। ଏଏସପି ରାହୁଲ ଶ୍ରୀବାସ୍ତବଙ୍କ ବିରୋଧରେ ଦୁଷ୍କର୍ମ ଓ ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ହେବାପରେ ତାଙ୍କୁ ନିଲମ୍ବନ କରାଯାଇ ବିଭାଗୀୟ ଯାଞ୍ଚ ଆଦେଶ ଦିଆଯାଇଛି। ପୀଡ଼ିତା ଛାତ୍ରୀ ଅଭିଯୋଗ କରି କହିଛନ୍ତି,‘ ଏଏସପି ରାହୁଲ ବାହାନା କରି ମୋତେ ହୋଟେଲକୁ ଡାକିଥିଲେ। ସେଠାରେ ସେ ମୋତେ […]

ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ। ଯୁବକଜଣକ ନାବାଳିକାଙ୍କୁ ଲୋଭ ଦେଖାଇ ଘରଠୁ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ […]

Social media & sharing icons powered by UltimatelySocial