ଘୁ ଉଦୟଗିରି: ଚୋରାରେ ଏକ ବିଦେଶୀ ମଦ ଭର୍ତ୍ତି ଅଟୋ (ଓଡି ୧୨ବି ୬୨୦୧) ସ୍ଥାନୀୟ ପୁଲିସ ଗୋଡେ଼ଇ ଗୋଡେ଼ଇ ଧରିବାରେ ସଫଳ ହୋଇଛି। କିନ୍ତୁ ଅଭିଯୁକ୍ତ ଅଟୋ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଦ ଭର୍ତ୍ତି ଅଟୋ ରାଇକିଆ ଆଡ଼କୁ ଯାଉଥିବା ପୁଲିସ ଖବର ପାଇବା ପରେ ତାଙ୍କ ପିଛା କରିଥିଲା। ପ୍ରଥମେ ଅଟୋ ପାବୁରିଆ ଆଡ଼କୁ ଯାଉଥିବା ବେଳ ପୁଲିସ ତାଙ୍କ ପଛରେ ଲାଗିଛନ୍ତି ବୋଲି […]

ଯାଜପୁର: ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି। ଶିଶୁର ପରିଚୟ ମିଳିପାରିନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ବାଡ଼ିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା। ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ। ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୁଲିସକୁ ଖବର ଦିଆଯାଇଥିଲା।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁର […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର। ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, […]

କୋଲକାତା: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ବଲରାଜ ଗିଲଙ୍କୁ ପଶ୍ଚିମବଙ୍ଗ ସୀମାରୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଅନ୍ୟ ଜଣେ ଅଭିଯୁକ୍ତ ରବି ବାନ୍ଦ୍ରାଙ୍କ ସହ ମିଶି ପୂର୍ବତନ ମଡେଲଙ୍କ ମୃତଦେହକୁ […]

ଚିକ୍କବଲ୍ଲାପୁର: ଜଣେ ୯ମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ପରେ କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଜଣେ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ନିଲମ୍ବନ କରାଯାଇଛି ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ‘ପୋକ୍‌ସୋ’ ମାମଲା ମଧ୍ୟ ରୁଜୁ କରିଥିବା କଥା ଜଣାପଡ଼ିଛି। ତଦନ୍ତରୁ ଜଣାପଡ଼ିଛି ଯେ, ‘ସୋସିଆଲ୍‌ ୱେଲ୍‌ଫେୟାର୍‌ ଡିପାର୍ଟମେଣ୍ଟ୍‌ର ହଷ୍ଟେଲ୍‌’ରେ ଯୋଗ ଦେଇଥିବା ସେ ବାଳିକା ସବୁଦିନ ହଷ୍ଟେଲ୍‌ରେ ରହୁ ନ ଥିଲା। ଅଧିକାଂଶ ସମୟରେ ସେ ଜଣେ […]

ଭୁବନେଶ୍ୱର: ଗତକାଲି ରାତିରେ ଦୁର୍ବୃତ୍ତମାନେ ମାଉସୀ ମା’ ମନ୍ଦିର ପରିସରସ୍ଥ ରାମେଶ୍ୱର ପାର୍କର ଗ୍ରିଲ୍‌କୁ ତାଡ଼ି ନେଇଛନ୍ତି। ପ୍ରାୟ ୫୦ ମିଟର ଲମ୍ବର ଗ୍ରିଲ୍‌ ଚୋରି ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଜି ଏଏସ୍ଆଇ ସଂରକ୍ଷଣ ସହାୟକ ଦେବାଶିଷ ବିଶ୍ୱାସ ବଡ଼ଗଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତ କରିଛି, କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍ ମିଳିନଥିବା ସୂଚନା ମିଳିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି କରୁଥିବା […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବା ତାଙ୍କର ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୁଲିସ। ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିବାପରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଟକଥିବା ଯୁବକ ଓ ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ […]

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ହେଲେ ମେନସନ ଭେଙ୍ଗରା (୩୦)। ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା। ସେଠାରେ ମାଓବାଦୀ […]

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା। ଆଜି ସକାଳୁ ତାଙ୍କ ଭୁବନେଶ୍ୱରରେ ଥିବା ଭଡ଼ାଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଏନେଇ […]

ପାଣାଜୀ: ଗୋଆସ୍ଥିତ ଏକ ହୋଟେଲରେ ବେଙ୍ଗାଲୁରୁ ଷ୍ଟାର୍ଟ ଅପର ଜଣେ ମହିଳା ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳା ଜଣଙ୍କ ପୁଅର ମୃତଦେହ ସହିତ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଧରାପଡ଼ିଥିଲେ। ଏବେ ତାଙ୍କୁ ପୁଲିସ୍‌ ଧରିବା ପରେ ଗିରଫ କରିଛି। ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ରୋକିବା ପାଇଁ ମହିଳା […]

Social media & sharing icons powered by UltimatelySocial