ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୦ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ […]

ଇମ୍ଫାଲ : ଦୀର୍ଘ ୧୦୮ ବର୍ଷ ପରେ ମଣିପୁରର ରାଜଧାନୀ ଉପକଣ୍ଠରେ ଗୋଟାଏ ଦୁର୍ଲଭ ରୁଷୀୟ ପକ୍ଷୀ ଦେଖା ଦେଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ‘ୱାଇଲ୍‌ଡ୍‌ ଏକ୍ସପ୍ଲୋରର୍ସ ମଣିପୁର’ ଓ ‘ଇଣ୍ଡିଆନ୍‌ କଞ୍ଜର୍‌ଭେସନ୍‌ ନେଟ୍‌ୱାର୍କ’କୁ ନେଇ ଗଠିତ ଏକ ଟିମ୍‌ ବୁଧବାର ଦିନ ମଣିପୁରର ଲାମ୍ଫେଲ୍‌ ଦଳାରେ ରୁଷ୍‌ର ବୈକାଲ୍‌ ହ୍ରଦରେ ଦେଖାଯାଉଥିବା ଚୈତି ପକ୍ଷୀ (ଛୋଟ ବତକ ଜାତୀୟ ପକ୍ଷୀ) ଦେଖିଛନ୍ତି।ପୂର୍ବରୁ ୧୯୨୩ ମାର୍ଚ […]

ମୁମ୍ବାଇ: ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଡୋମ୍ବିଭଲି ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ରୁ ୬ ମହଲା ବିଶିଷ୍ଟ ଏକ ଗ୍ୟାଲେରୀ ଜଳି ଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ୱସ୍ତିର ଖବର ହେଉଛି […]

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଂସଦ ଏବେଠାରୁ ପ୍ରସ୍ତୁତ ହେଲାଣି। ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନୀ ଦିବସରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି‌ବେ। ଅଧିବେଶନରେ ଏଥର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଅନୁମାନ କରାଯାଉଛି। ଅଧିବେଶନ ପାଇଁ ସଂସଦ ପ୍ରସ୍ତୁତ ହେଉଥିବା ବେଳେ ଏହାରି ମଧ୍ୟରେ ଏକ ବଡ଼ ସୂଚନା ମଧ୍ୟ ହସ୍ତଗତ ହୋଇଛି। ସୂଚନା […]

ମଣିପୁର: ମଣିପୁରରେ ପୁଣି ଦେଖାଦେଇଛି ହିଂସାର ପରିବେଶ। ମଣିପୁରର ବିଷ୍ଣୁପୁର ଓ ଥୌବାଲ୍‌ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ଗୁଳିକାଣ୍ଡ। ବିଷ୍ଣୁପୁର ଜିଲ୍ଲାର କୁମ୍ଭି ଓ ଥୌବାଏ୍‌ ଜିଲ୍ଲାର ଓାଙ୍ଗୁ ମଧରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସେଠାକୁ ଅଦା ଅମଳ କରିବାକୁ ଯାଇଥିବା ୪ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଘଟଣାରେ ନିଖୋଜ ହୋଇଥିବା ୪ ଜଣ ବ୍ୟକ୍ତି ହେଲେ ଓଇନାମ ରୋମେନ […]

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୪ର ଲୋକସଭା ନିର୍ବାଚନରେ ପ୍ରାର୍ଥୀମାନେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଜାନୁଆରୀ ୨୦୨୨ରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କାକୁ ବଢାଇବାର ସୁପାରିଶକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଦ୍ୱାରା ଗ୍ରହଣ କରାଯାଇଥିଲା। ଖର୍ଚ୍ଚ ମୁଦ୍ରାସ୍ପୀତି ସୁଚକାଙ୍କ ବଢିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିବା ତଥା ଭର୍ଚ୍ଚୁଆଲ ପ୍ରଚାର ବୃଦ୍ଧି ପାଇବା ଦୂଷ୍ଟିରୁ […]

ନୂଆଦିଲ୍ଲୀ: ମାଳଦ୍ୱୀପ ସହ ବିବାଦ ଭିତରେ କେନ୍ଦ୍ର ସରକାର ଲକ୍ଷଦ୍ୱୀପର ବିକାଶ ପାଇଁ କେତେକ ବଡ଼ ଯୋଜନା କରୁଛନ୍ତି। ଏବେ ମିନିକୟ ଦ୍ୱୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ। ସରକାର ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଭାରତର ସ୍ଥିତିକୁ […]

ନୂଆଦିଲ୍ଲୀ: ୧୦୦ ଦିନରୁ କମ୍‌ ସମୟ ମଧ୍ୟରେ ଭାରତର ‘ଡିଫେନ୍‌ସ୍‌ ରିସର୍ଚ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ‘ଉଗ୍ରମ୍‌’ ନାମରେ ଗୋଟାଏ ରାଇଫଲ୍‌ ନିର୍ମାଣ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଉଗ୍ରମ୍‌’ ରାଇଫଲ୍‌ର ନିର୍ମାତା ହେଉଛନ୍ତି ‘ଡିଆର୍‌ଡିଓ’ର ଅନ୍ୟତମ ସଂସ୍ଥା ‘ଆର୍ମାମେଣ୍ଟ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ (ଏଆର୍‌ଡିଇ) ଓ ହାଇଦ୍ରାବାଦର ଘରୋଇ କମ୍ପାନି ‘ଦ୍ୱୀପା ଆର୍ମୋର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’। ଏହି ରାଇଫଲ୍‌ରେ ୭.୬୨ ମିଲିମିଟର୍‌ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପର ୩ ମନ୍ତ୍ରୀ ନିଜର ପଦ ହରାଇଛନ୍ତି। ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ମରିୟମ୍ ଶ୍ୟୁନା, ମାଲସା ଓ ହାସନ ଜିହାନ୍। ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବିରୋଧରେ ଅପମାନଜନକ ଏବଂ ଜାତିବାଦୀ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା […]

ଅଯୋଧ୍ୟା: ଅଯୋଧ୍ୟା ଧାମରେ ଏବେ ରାମଲଲ୍ଲାଙ୍କ ପ୍ରତିଷ୍ଠା ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଶହ ଶହ ବର୍ଷ ପରେ ରାମଲାଲା ନିଜ ଆସ୍ଥାନରେ ବସିବାକୁ ଯାଉଛନ୍ତି। ଜାନୁଆରୀ ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରର ପ୍ରଥମ ମହଲା ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ମିଳୁଛି। ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ […]

Social media & sharing icons powered by UltimatelySocial