ବିଦ୍ୟାଳୟ ଓ କ୍ଲବ ଘରେ ୨ ଶହ ପରିବାର ବାଲିଅନ୍ତା : ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ନିକଟରେ କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଡେଇଁସାରିଛି। କିନ୍ତୁ କୌଣସି ସ୍ଥାନରେ ବନ୍ୟାଜଳ ବନ୍ଧବାଡ଼ ଭାଙ୍ଗିନାହିଁ। ସେହିପରି ଭାର୍ଗବୀ ଓ କୁଆଖାଇ ନଦୀରେ ବନ୍ୟାଜଳ କୂଳ ଲଙ୍ଘିବା ସ୍ଥିତିରେ […]

ଅଢ଼େଇ ହଜାର ଲୋକ ଜଳବନ୍ଦୀ,ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ଚାରିକୋଟି ଟଙ୍କା , ଏବେ ସେଠି ୧୦୦ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା […]

କଟକ: ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର। ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି। ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା […]

ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ଡଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟାଜଳ ଆସି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ପଶିଛି। ଏଥିରେ ଏହି ବ୍ଲକର ୧୦ ପଞ୍ଚାୟତର ୫୦ ଗ୍ରାମରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିଷ ସହ ଅନେକ ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ପାଣି ଘେରରେ ରହି ଯାଇଛନ୍ତି। ବନ୍ୟା […]

କାନ୍ଥ ପଡ଼ି ଶିଶୁ ମୃତ, ଜଣେ ନିଖୋଜ, ୬ବ୍ଲକ୍‌ରେ ମୋଟ ୨୨ଟି ଘାଇ,ନଦୀ ଗର୍ଭକୁ ଚାଲିଗଲା ୨ ମହଲା ଘର ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ଆଜି ଜଳପ୍ରଳୟ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେ‌ରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ‌ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି […]

ଭାଙ୍ଗିଲା ଡେରାବିଶ ବ୍ଳକ୍‌ର ବେଣିପୁର ଘେରି ବନ୍ଧ,୨୦୦୦ରୁ ଅଧିକ ଲୋକ ଜଳବନ୍ଦୀ କେନ୍ଦ୍ରାପଡ଼ା : ଲଘୁଚାପଜନିତ ବର୍ଷା ପରେ ଏବେ ବନ୍ୟା କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍‌ର ବିଭିନ୍ନ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଡେରାବିଶ ବେଣିପୁର ଘେରି ବନ୍ଧ ଭାଙ୍ଗି ଯାଇଛି। ୧୦୦ଫୁଟ୍‌ର ଘାଇ ସହିତ ବନ୍ଧ ଭାଙ୍ଗିଯିବାରୁ ବେଣିପୁର ଗାଁକୁ ପାଣି ପଶିଯାଇଛି। ୨୦୦୦ରୁ ଅଧିକ […]

ଭୁବନେଶ୍ୱର : ମହାନଦୀରେ ଏକ ବ଼ଡ଼ ବନ୍ୟା ହେବାର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଚିନ୍ତାଜନକଭାବେ ବଢିଚାଲିଛି। ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏହି ୪୪ଟି ଗେଟ ଦେଇ ଏବେ ୮ […]

ଭୁବନେଶ୍ୱର : ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି। ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ […]

ପୁରୀ : ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ […]

Social media & sharing icons powered by UltimatelySocial